November 23, 2024

ଆଦର୍ଶ ମହିଳା ତାହିରା ଖାତୁନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ଏକ ସ୍ମରଣିକା ‘ ବୋଉ ସ୍ମୃତି ର ଉନ୍ମୋଚିତ ଅନସରା ଷ୍ଟିତ ବାସଭବନ ଠାରେ …

Share

 

 

ପୁରୀଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ସିମିଳି ପଞ୍ଚାୟତ ର ଅନସରା ଗ୍ରାମର ଦିବଙ୍ଗତ ଆଦର୍ଶ ମହିଳା ତାହିରା ଖାତୁନ୍‌ଙ୍କ ଗତ ମାସ 6 ତାରିଖ ରେ ଅକାଳ ବିୟୋଗ ହୋଇଥିଲା l ସେଥିପାଇଁ ତାଙ୍କ ଉଦ୍ଦେଶ୍ୟରେ 10 ତାରିଖ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରେଡିଓ ନମସ୍କାରର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ତଥା ଜଣାଶୁଣା ସାମ୍ବାଦିକ ଏନ୍. ଶାହଃ ଅନ୍‌ସାରୀଙ୍କ ବୋଉ ତଥା ଗୋପ ଓ କୋଣାର୍କ ଅଞ୍ଚଳର ବିଶିଷ୍ଟ ଗାନ୍ଧୀବାଦୀ ଆଦର୍ଶ ଶିକ୍ଷକ ସ୍ଵର୍ଗୀୟ ନେମତ୍ ଅଲ୍ଲୀ ଶାହାଙ୍କ ଧର୍ମପତ୍ନୀ ତାହିରା ଖାତୁନ୍ ଜଣେ ପରୋପକାରୀ ସ୍ନେହମୟୀ ମାଆ ରୂପେ ପରିଚିତ ଥିଲେ। ଅନସରା ଗ୍ରାମର ଯାହାନିଆ ପୀର ପୀଠରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡିଶା ର ଅନେକ ସାହିତିକ କବିମାନେ ଉକ୍ତ କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ସମାଜସେବୀ ଏସ୍ଏ ସଫିକ୍, ଶିଶୁ ସାହିତିକ ପ୍ରକାଶ ଚନ୍ଦ୍ର ଖଟୋଇ, ଭାଷାବିତ ପ୍ରତାପ କୁ ମାର ରାଉତ, ସମାଜସେବୀ ଓ ରାଜନେତା ମନୋରଞ୍ଜନ ପରିଡ଼ା, ବିଶ୍ଵଜିତ ସ୍ଵାଇଁ, ବ୍ୟଙ୍ଗ କବି ଡଃ କୁଳାଙ୍ଗାର, ଡ. ଶିଶିର ଦାସ, ଶରତଚନ୍ଦ୍ର ପ୍ରଧାନ, ସମସଜାସେବୀ ତଥା ଶିକ୍ଷକ ରାମକୃଷ୍ଣ ମହାନ୍ତି, ସଞ୍ଜୟ ବରାଳ, ଶିକ୍ଷକ
ରବୀନ୍ଦ୍ରନାଥ ବାହିନୀପତି, ସୁବ୍ରତ ପତି, ନିହାର
ରଞ୍ଜନ ଦାସ ପଟ୍ଟନାୟକ, ଦୁର୍ଗାପ୍ରସାଦ
ତ୍ରିପାଠୀ, କୃଷିଦା ବେଗମ୍‌, ସ୍ଵର୍ଣଲତା ତ୍ରିପାଠୀ,
ସୁଜାତା ମହାପାତ୍ର, ଗୁରୁପଦ ବଳିୟାରସିଂହ,
ପଦ୍ମଲୋଚନ ମହାପାତ୍ର, ଶେଖ୍ ନିଆଜ୍ ଓ ରୋଜାଲିନ ପ୍ରଧାନ ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଛାୟତ ପ୍ରମୁଖଙ୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମାଆ ତାହିରାଙ୍କ ଆଦର୍ଶ ଜୀବନଚର୍ଯ୍ୟାର ସ୍ମୃତିଚାରଣ କରିବା ସହିତ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସ୍ମରଣିକା ‘ବୋଉ ସ୍ମୃତିରେ’ ଉନ୍ମୋଚିତ ହୋଇଥିଲା।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)