ବଳଭଦ୍ରପୁର ଗ୍ରାମରେ ପୋଢ଼ ମରା ପର୍ବ ଅନୁଷ୍ଠିତ ହୋଇଯାଇଛି

ଲାଞ୍ଜିଗଡ଼ – ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ଆଦିବାସୀ ମାନଙ୍କର ପାରମ୍ପରିକ ପୋଢ଼ମରା ପର୍ବ ଅନୁଷ୍ଠିତ ହୋଇଯାଇଛି l ଆଜି ଦିନ ଘ. 10:10 ମିନିଟ ସମୟରେ ଏହି ପର୍ବ ଆରମ୍ଭ ହୋଇଥିଲା l ଗାଁର ଜାନି, ଦିଶାରି ଧରଣୀ ପେନୁ ନିକଟରେ ସେମାନଙ୍କ ପରମ୍ପରା ଅନୁଯାଇ ପୂଜାର୍ଚନା କରିଥିଲେ l ଗାଁର ମୁଖିଆମାନେ ମଧ୍ୟ ଯୋଗ ଦେଇଥିଲେ l ଧାନ ମାଝୀ, ସୁରେନ୍ଦ୍ର ସିଂ, ଗୋପାଳ ପାତ୍ର ଏବଂ ଆଉ କିଛି ନିମନ୍ତ୍ରିତ ବ୍ୟକ୍ତି ଯୋଗ ଦେଇଥିଲେ l ମେରିଆ ପୋଢ଼କୁ ମଧ୍ୟ ଯଥା ରୀତି ବଳି ଭାବେ ଉତ୍ସର୍ଗ କଲା ପରେ ପୋଢ଼ ମରା ପର୍ବ ଆରମ୍ଭ ହୋଇଥିଲା l ଜାନି ଦିଶାରିଙ୍କୁ ପଚାରିବାରେ ସେମାନେ କହିଥିଲେ ଯେ, ପ୍ରତି ତିନି ବର୍ଷରେ ଏହି ପର୍ବ ଅନୁଷ୍ଠିତ ହୋଇଥାଏ l କେଉଁ ଅନାଦି କାଳରୁ ଏହି ପର୍ବ ପାଳିତ ହୋଇ ଆସୁଛି l ଗ୍ରାମର ମଙ୍ଗଳ ପାଇଁ ଏହା ପାଳନ କରାଯାଏ l ଏହି ପର୍ବ ପାଳନ ଦ୍ୱାରା ଗ୍ରାମରେ ବସବାସ କରିଥିବା ମଣିଷ, ପଶୁ- ପକ୍ଷୀଙ୍କର ରୋଗ ଭୟ ଦୂର ହେବା ସହିତ ଜମିରେ ଭଲ ଫସଲ ହେବ l ଏଥିପାଇଁ ଏହି ପର୍ବ ପାଳନ କରାଯାଉଛି l ଏହି ପର୍ବ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଲୋକଙ୍କର ସମାଗମ ହୋଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ସେଠାରେ ଉପସ୍ଥିତ ଥିଲେ l ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା/ ନିୟୁଜ ଉପାନ୍ତ ଖବର