February 22, 2025

ସାମ୍ବାଦିକଙ୍କୁ ସୁରକ୍ଷା, ପେନସନ ଦାବୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓୟୁଜେ ଗଞ୍ଜାମ ଜିଲ୍ଲା ଶାଖା ର ସ୍ମାରକପତ୍ର 

Share

 

ଛତ୍ରପୁର-୧୬/୨/୨୫(ଅରୁଣ କୁମାର ପଣ୍ଡା )ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ) ଗଞ୍ଜାମ ଜ଼ିଲ୍ଲା କମିଟି ପକ୍ଷରୁ ସାମ୍ବାଦିକ ମାନଙ୍କ 3 ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ଦାବୀ ଗୁଡିକ ମଧ୍ୟରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ଅନ୍ୟୁନ ୨୫ ହଜାର ଟଙ୍କା ପେନ୍‌ସନ୍‌ ପ୍ରଦାନ କରାଯାଉ । ଦେଶର ୧୮ଟି ରାଜ୍ୟରେ ସାମ୍ବାଦିକମାନେ ପେନସନ୍ ସୁବିଧା ପାଉଛନ୍ତି ସାମ୍ବାଦିକମାନଙ୍କ ନିରାପତ୍ତା ପାଇଁ ବିଧାନସଭାର ଚଳିତ ଅଧୂବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ । ଇତି ମଧ୍ୟରେ ମହାରାଷ୍ଟ୍ର ଓ ଛତିଶଗଡ଼ ସରକାର ଏଭଳି ଆଇନ ପ୍ରଣୟନ କରିସାରିଛନ୍ତି । ବିଡ଼ମ୍ବନାର ବିଷୟ ହେଲା ରାଜ୍ୟରେ ଦୀର୍ଘ ୧୬ବର୍ଷ ହେଲା ସାମ୍ବାଦିକ ଅଧିସ୍ବୀକୃତି କମିଟି ନାହିଁ । ତୁରନ୍ତ ରାଜ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି ଗଠନ କରିବାକୁ ଦାବୀ ହୋଇଛି ସାମ୍ବାଦିକଙ୍କ ନ୍ୟାୟୋଚିତ ଦାବି ପ୍ରତି ସରକାର ଉଦାସୀନ ରହିଲେ ଓଡ଼ିଶା ସାମ୍ବାଦିକ ୟୁନିଅନ ପୁଣିଥରେ ଆନ୍ଦୋଳନ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଉକ୍ତ ସ୍ମାରକପତ୍ର ରେ କୁହାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଓୟୁଜେ ର ପୂର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀ, ଓୟୁଜେ ର ଗଞ୍ଜାମ ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ଅଶୋକ କୁମାର ରଥ, କ୍ଷେତ୍ରବାସୀ ସାହୁ, ସୁଧୀର କୁମାର ନାହାକ, ରବୀନ୍ଦ୍ର ନାହାକ, ଅରୁଣ କୁମାର ପଣ୍ଡା, ଜ଼ିଲ୍ଲା ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଦେବବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ