ଯେଉଁ ପିଲା ମା’ର ଛାଟଖାଇଚି ସେ ପିଲା ଭବିଷ୍ୟତରେ ଭଲ ମଣିଷ ଟିଏ ହୋଇ ଗଢ଼ି ଉଠିଛି।

ବୋଲଗଡ଼,(ଉପାନ୍ତ ଖବର): ସରସ୍ବତୀ ଶିଶୁମନ୍ଦିର କଳାପଥର ୨୯ ତମ ବାର୍ଷିକ ଉତ୍ସବ କଳାପଥର ଧଳାପଥର ଉଚ୍ଚ ବାଳକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପଯ୍ୟାଳନ କରି ଆବାହନ ସଙ୍ଗୀତ ଗାନ ପରେ ପ୍ରଧାନ ଆଚାର୍ଯ୍ୟ କୃଷ୍ଣ ଚନ୍ଦ୍ର ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ପରିଚାଳନା କମିଟି ର ସଭାପତି ସୁରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ପୂର୍ବତନ ଚେୟାରମ୍ୟାନ୍ ସତ୍ୟ ନାରାୟଣ ସାମନ୍ତ ସମାଜ ସେବୀ, ବିଜେପି କାର୍ଯ୍ୟକର୍ତ୍ତା ତୁଷାର କାନ୍ତ ଚକ୍ରବତି ବୈଜ୍ଞାନିକ ଡ. ଚିତ୍ତରଞ୍ଜନ ମିଶ୍ର, ସମ୍ପାଦକ ଆଡଭୋକେଟ ଉଚ୍ଚନ୍ୟାୟାଳୟ ପ୍ରଦୀପ୍ତ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ବୈଷ୍ଣବ ଚରଣ ମହାନ୍ତି, ପୂର୍ବତନ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ପ୍ରମୁଖ ଅତିଥି ସଭାମଣ୍ଡନ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ବିଜ୍ଞାନ ପଢୁଥିବା ପିଲାମାନେ ବହୁତ୍ ସୁଙ୍ଖଳିତ ଏବଂ ବହୁତ୍ କଠିନ ପରିଶ୍ରମ କରନ୍ତି ମୁଖ୍ୟ ବକ୍ତା ଚିତ୍ତରଞ୍ଜନ ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେଉଁ ପିଲା ମା ର ଛାଟ ଖାଇଚି ସେ ପିଲା ଭବିଷ୍ୟତରେ ଭଲ ମଣିଷ ଟିଏ ହୋଇ ଗଢ଼ି ଉଠିଛନ୍ତି । ପରିଶେଷରେ ଶିକ୍ଷକ ବିଭୁପ୍ରସାଦ ଦାସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରି ମାନଙ୍କୁ ମାନପତ୍ର ସହ ଟ୍ରଫି ମୁଖ୍ୟ ଅତିଥି ମାନେ ପ୍ରଦାନ କରିଥିଲେ। ପରମୁର୍ହୂରେ ଛାତ୍ର ଛାତ୍ରି ମାନଙ୍କ ଦ୍ବାରା ଭଜନ, ରେକର୍ଡ ଡାନ୍ସ ,ଓଡ଼ିଶୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ଶାନ୍ତି ଶୃଙ୍ଖଳା ସହ ସୁଚାରୁ ରୁପେ ପରିଚାଳନା କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।