March 12, 2026

ଦୁଃଶାସନ ନାୟକ,ଅସ୍ତରଙ୍ଗ କେନ୍ଦ୍ର ବିରୋଧରେ ବିଜେଡିର ବ୍ଲକ ସମ୍ମୁଖରେ ପ୍ରତିବାଦ

IMG-20230216-WA0047
Share

 

ଅସ୍ତରଙ୍ଗ ୧୬/୦୨/ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସମ୍ବୁଖରେ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଚାଉଳ ବନ୍ଦକୁ ନେଇ ବିରୋଧ କରି, ବ୍ଲକ ବିଜୁଜନତା ଦଳ ତରଫରୁ ଅସ୍ତରଙ୍ଗ ବ୍ଲକ ସମ୍ମୁଖରେ ଦୃଢ ପ୍ରତିବାଦ କରିଥିଲା । ଏହି ପ୍ରତିବାଦ ସଭାରେ ହଜାର ହଜାର ବିଜୁ ଜନତା ଦଳର ମହିଳା ଓ ପୁରୁଷ କର୍ମୀ ମାନେ ହାତରେ ପ୍ଲା କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରୁ ବାହାରି ବଜାର ପରିକ୍ରମା କରି ଅସ୍ତରଙ୍ଗ ପଞ୍ଚାୟତ ସମିତି ନିକଟରେ ପହଞ୍ଚିଥିଲେ। ବିଜୁ ଜନତା ଦଳ ବ୍ଲକ ସଭାପତି ଶ୍ରୀ କେଦାରନାଥ ବିଶ୍ଵାଳଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଆୟୋଜନ କରା ଯାଇଥିଲା । ଏହି ସଭାରେ,ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ, ବନିତା ବେହେରା, ପର୍ଯ୍ୟବେକ୍ଷକ ହିମାଷ୍ଣୁ ଦୀକ୍ଷିତ, ପୂର୍ବତନ ବ୍ଲକ ଅଧକ୍ଷ ଚୈତ୍ୟନ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ବାଇଁ, କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିନିଧି ଭୀମସେନ ସ୍ଵାଇଁ, ଯୁବ ବିଜୁ ଜନତା ଦଳର ବ୍ଲକ ସଭାପତି ପ୍ରଶାନ୍ତ କୁମାର ନାୟକ,ସରପଞ୍ଚ କ୍ଷୀରୋଦ କାଣ୍ଡି ,ସମିତିସଭ୍ୟ ବିମ୍ବାଧର ବିଶ୍ଵାଳ,ଆରତୀ କାଣ୍ଡି, ,ଯୁବନେତା ତପନ ବସ୍ଥିଆ,ସମିତି ସଭ୍ୟା ମନ୍ଦାକିନୀ ଛାଟୋଇ,ଚମ୍ପକ ବାରିକ,ପୁରନ୍ଦର ମହାନ୍ତି, କୁଞ୍ଜ ବିହାରୀ ପ୍ରଧାନ, ଆଦି ଯୋଗଦେଇ ,କୋଭିଡ ବେଳେ,ଦିଆଯାଇଥିବା ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଅଧିକ ମାଗଣା ପାଞ୍ଚ କେଜି ଚାଉଳ,କେନ୍ଦ୍ର ସରକାର ବର୍ତ୍ତମାନ ବନ୍ଦ କରିଦେଇ ଥିବାରୁ,ତାହାର କଡା ସମାଲୋଚନା କରିବା ସହ, ଶୀଘ୍ର ଏହି ପାଞ୍ଚ କେଜି ଚାଉଳ ହିତାଧିକାରୀ ମାନଙ୍କୁ ଦେବା ପାଇଁ ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀମତୀ ବେବିତା ମଞ୍ଜରୀ ନାୟକଙ୍କ ଜରିଆରେ,ଚାରିପୃଷ୍ଠାର ଏକ ଦାବିପତ୍ର ଭାରତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରା ଯାଇଥିଲା । ଏହି ପ୍ରତିବାଦ ସଭାରେ ଦଳୀୟ ସମର୍ଥୀତ ୧୫ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ସମେତ ବିଭିନ୍ନ କର୍ମକର୍ତ୍ତା,ଓ ବିଜୁ ଜନତା ମହିଳା ଗୋଷ୍ଠୀର କର୍ମ କର୍ତ୍ତା ମାନେ ସାମିଲ ହୋଇଥିଲେ।ଦୁଇ ହଜାରରୁ ଉର୍ଦ୍ଧ୍ବ କର୍ମୀମାନେ ଉପସ୍ଥିତ ଥିଲେ।