November 23, 2024
Share

ତାରିଖ ୧୬/୦୨/୨୦୨୩ ଗୁରୁବାର ।

୧-ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପିତ : ଚାଷୀଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।

୨-ବିବିସି କାର୍ଯ୍ୟାଳୟରେ ଆୟକର ସର୍ଭେ: ପ୍ରେସ୍ ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କରୁଛୁ – ଆମେରିକା ।

୩-ମହିଳା ଟି-୨୦ ବିଶ୍ବକପରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ବୁଧବାରଦିନ କେପଟାଉନଠାରେ ଖେଳାଯାଇଥିବା ଏକ ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଛି ଭାରତ ।

୪-ଚାଷୀମାନଙ୍କ ନିଷ୍ଠା ଓ ସହଯୋଗ ଯୋଗୁଁ ପାଣି ପଞ୍ଚାୟତ ଆଜି ଆନ୍ଦୋଳନରେ ପରିଣତ ହୋଇପାରିଛି: ମୁଖ୍ୟମନ୍ତ୍ରୀ ।

୫-ଗଞ୍ଜାମ ଜିଲ୍ଲା ମାଣ୍ଡିଆପଲ୍ଲୀ ଦୁର୍ଘଟଣା: ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର ।

୬-ହିଣ୍ଡେନବର୍ଗ ଓ ଆଦାନୀ ମାମଲାକୁ ନେଇ ସୁପ୍ରିମକୋର୍ଟରେ ପହଁଚିଲା କଂଗ୍ରେସ, ରିପୋର୍ଟକୁ ନେଇ ଆଦାନୀ ଗ୍ରୁପ ଉପରେ ତଦନ୍ତ କରିବାକୁ ଦଳ କଲା ଆବେଦନ ।

୭-ବଢୁଛି ପୁଲିସ ବାବୁଙ୍କ ପେଟ, ଚିନ୍ତାରେ କମିଶନରେଟ୍ ପୋଲିସ । ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି । ଶାରୀରିକ, ମାନସିକ ସୁସ୍ଥତା ଏବଂ ଫିଟନେସ୍ ଉପରେ ଗୁରୁତ୍ୱ ।

୮-ଦିବଙ୍ଗତ ନେତା ଲୁଲୁଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଝିଅ ଉପାସନା କଲେ ବଡ଼ ଘୋଷଣା । ୨୦୨୪ରେ ବ୍ରହ୍ମଗିରିରୁ ଲଢ଼ିବେ ନିର୍ବାଚନ ।

୯-ତ୍ରିପୁରା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଗୁରୁବାର ଭୋଟ ଗ୍ରହଣ ହେବ। ରାଜ୍ୟର ୬୦ଟି ଆସନ ପାଇଁ ଭୋଟ ଗ୍ରହଣ ହେବ।

୧୦-ଜାତୀୟ ଦଳଙ୍କ ଚାନ୍ଦାରେ ୩୧.୫% ବୃଦ୍ଧି, ବିଜେପିକୁ ସର୍ବାଧିକ ୮୦% ଚାନ୍ଦା ।

୧୧-ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଆରପିସି) ଲଗାଇବାର ଅବଧି ଷେଷ ହେବା ପରେ ଏବେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ ୧୧ ଦିନ ଏଚଆରପିସି ଲଗାଇ ନ ଥିବା ୨୬୭୪ ଗାଡି ମାଲିକଙ୍କୁ ଚାଲାଣ ପଠାଯାଇଛି।

୧୨-ଅଧାରୁ ଅଧିକ ସମ୍ପତ୍ତି ହରାଇଲେ ଆଦାନି ।

୧୩-ତୁର୍କୀ-ସିରିୟା ଭୂକମ୍ପ: ମୃତ୍ୟୁସଂଖ୍ୟା ୪୧ ହଜାର ଟପିଲା, ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

୧୪-ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ମଧ୍ୟରେ ମିଶ୍ରଣ ଲାଗି କେନ୍ଦ୍ର ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଅଡିଟ୍ ଓ କନ୍‌ସଲ୍‌ଟିଂ ସଂସ୍ଥା ଡେଲଏଟ୍‌କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।

୧୫-ସମ୍ବଲପୁରରେ ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସି ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଓ ଠେଲାପେଲା ଅଭିଯୋଗ ହୋଇଛି ।

୧୬-ଆଇଆଇସିଙ୍କୁ ନେତାଙ୍କ ଦାଦାଗିରି ଘଟଣା: ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଲେ ଅଫିସର ଓ ହାବିଲଦାର ସଂଘ ।

୧୭-ଗୁରୁବାରଠାରୁ ‘କୃଷି ଓଡ଼ିଶା ୨୦୨୩’ – ଭୁବନେଶ୍ୱରରେ ତିନି ଦିନ ଯାଏଁ ଚାଲିବ ମେଗା କୃଷି ପ୍ରଦର୍ଶନୀ।

୧୮-ଟି-୨୦ ଅର୍ନ୍ତଜାତୀୟରେ ୧୦୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ଦୀପ୍ତି ଶର୍ମା, ଦୁନିଆର ନବମ ଖେଳାଳି ।

ସୁପ୍ରଭାତ ,ଶୁଭ ସକାଳ ।