March 7, 2026

ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ 

IMG-20260116-WA0064
Share

 

 

 

ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ପାଇଁ କୋରାପୁଟ ଠାରୁ ରାୟଗଡ଼ା ଯିବାକୁ ଥିବା ବସର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକଙ୍କ ଦ୍ୱାରା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ ପତାକା ଦେଖାଇ ବସ ଯାତ୍ରା ଆରମ୍ଭ କରିଥିଲେ I ଏହା ସହ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ତୀର୍ଥ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା କାମନା କରିବା ସହ ସେମାନଙ୍କୁ ତୀର୍ଥ ଯାତ୍ରାପାଇଁ ଉତ୍ସାହିତ କରିଥିଲେ। ଏହି ଯାତ୍ରାରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରପାଳିକାରୁ ୧୬୮ ଜଣ ବରିଷ୍ଠ ନାଗରିକ ତୀର୍ଥ ଦର୍ଶନ ନିମନ୍ତେ ଗସ୍ତ କରୁଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଥମେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କୁ କିଛି କିଛି ଜରୁରୀ ଔଷଧ ପ୍ରଦାନ କରାଯାଇଥିଲା। ଶନିବାର ପୂର୍ବାହ୍ନରେ ସମସ୍ତେ ରାୟଗଡାରୁ ଅଯୋଧ୍ୟା ଏବଂ ଏହା ପରେ ବାରାଣାସୀ ଅଭିମୁଖେ ଯାତ୍ରା କରିବେ । ଏହି ଯାତ୍ରା ୬ ଦିନ ପର୍ଯ୍ୟନ୍ତ ରହିବ ଏବଂ ଆସନ୍ତା ୨୨ ତାରିଖରେ ସମସ୍ତ ଯାତ୍ରୀ କୋରାପୁଟକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି କାର୍ଯ୍ୟକ୍ରମକୁ ଟାଲିନା ପ୍ରଧାନୀ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ପରିଚାଳନା କରିଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed