March 10, 2026

ଗଜପତି ଉତ୍ସବ-୨୦୨୫ର ପୋଷ୍ଟର ଓ ପ୍ରଚାର ରଥ ଶୁଭ ଉଦଘାଟନ….

IMG-20260116-WA0042
Share

ପାରଳଖେମୁଣ୍ଡି,ତା.୧୬.୦୧.୨୦୨୬

 

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତି ଦ୍ଵାରା ଆୟୋଜିତ କରାଯାଉଥିବା ଗଜପତି ଉତ୍ସବ- ୨୦୨୫ ର ପୋଷ୍ଟର କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଉନ୍ମଚନ ହୋଇଯାଇଛି। ସେହିପରି ଗଜପତି ଉତ୍ସବର ପ୍ରଚାର ପ୍ରସାର ରଥକୁ ମଧ୍ୟ ଶୁଭ ଉଦଘାଟନ କରିଛନ୍ତି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ଗୁଡିକରେ ଉତ୍ସବ ଚଳିତ ଜାନୁଆରୀ ୧୮ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେବାକୁ ଯାଉଅଛି। ଜିଲ୍ଲାର କଳା, ସଂସ୍କୃତି, ସାହିତ୍ୟ,ପରମ୍ପରା ଓ ଭାଇଚାରାର ମାଟି ଗଜପତି। ସେହିପରି ଜିଲ୍ଲାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳାର ମହାକୁମ୍ଭ ଗଜପତି ମହୋତ୍ସବ ୨୦୨୫ରେ ଜିଲ୍ଲା,ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ତାଙ୍କ କଳାର ନୌପୁଣ୍ୟତା ପ୍ରଦର୍ଶନ କରିବେ ।

ସେହିପରି ଜିଲ୍ଲାରେ ଉତ୍ପାଦିତ କୁଟୀର ଶିଳ୍ପ ସାମଗ୍ରୀ, କୃଷି ଜାତ ଦ୍ରବ୍ୟ, ହସ୍ତତନ୍ତ ସାମଗ୍ରୀ ଓ ସଉରା ଚିତ୍ରକଳା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକର ପ୍ରଦର୍ଶନୀ ଓ ବିକ୍ରି କରାଯିବ ।

ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଶ୍ରୀଯୁକ୍ତ ପୃଥ୍ଵୀରାଜ ମଣ୍ଡଳ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା, ପୌରପରିଷଦ ପାରଳାଖେମୁଣ୍ଡି ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ,ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ଉତ୍ସବ କମିଟିର ସମସ୍ତ ଅଧକ୍ଷ,ଅଧ୍ୟକ୍ଷା ଓ ପ୍ରଚାର କମିଟି ସଦସ୍ୟ ଗଣ ସହ ଗଣମାଧ୍ୟମର ପ୍ରତିନିଧି ଗଣ ପ୍ରମୁଖ ଉପସ୍ଥିତ ଥିଲେ।