କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ,,

ଯାଜପୁର ( ଦେବାଶିଷ ଦାଶ )
ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ବିଦ୍ୟାଳୟ ରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇ ଯାଇଛି।ଉକ୍ତ ବାର୍ଷିକ କ୍ରୀଡା ଉତ୍ସବ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦଳେଇ ଙ୍କ ସଭାପତିତ୍ୱରେ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବ ପ୍ରସାଦ ସାମଲ ଯୋଗ ଦେଇ କ୍ରୀଡା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ମତ ରଖି ଥିଲେ। ମୋଟ ୩୦ ଗୋଟି ଇଭେଣ୍ଟ ରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବା ବେଳେ ବାଳକ ବିଭାଗରେ ବବୁଲ ସେଠୀ ଓ ବାଳିକା ବିଭାଗରେ ଅଭିପ୍ସା ସେଠୀ ଚମ୍ପିୟାନ ଭାବେ କୃତିତ୍ୱ ଅର୍ଜନ କରିଥିଲେ।ଏହି ସଭାରେ ମୁଖ୍ୟ ବକ୍ତା ଭାବେ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ସୁବାସ ଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଖୁଣ୍ଟିଆ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୃନଦାନ ପରିଡା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପ୍ରହ୍ଲାଦ ନାୟକ,ପ୍ରାକ୍ତନ ଶିକ୍ଷକ ମନୋଜ କୁମାର ଦାସ ଯୋଗ ଦେଇଥିଲେ।ବାର୍ଷିକ କ୍ରୀଡା ପରିଚାଳନା କ୍ଷେତ୍ରରେ ସରସ୍ୱତୀ ସ୍ୱାଇଁ,ଦୀପ୍ତିମୟୀ ଦାସ,ତ୍ରିଲୋଚନ ଭୂୟାଁ,ଆଦିତ୍ୟ ଦାସ,ଜ୍ୟୋତିର୍ମୟୀ ମାଝୀ,ଲକ୍ଷ୍ମୀଧର ଖଟୁଆ,ରଶ୍ମିତା ମଲ୍ଲିକ, ଲଷ୍ମୀଧର ହେସାଙ୍କ ସମେତ ବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।