May 20, 2025

ବଦଳିବ ପାଣିପାଗ ,୧୭ ରୁ ବଢିବ ଶୀତର ପ୍ରକୋପ,,

Share

 

ଭୁବନେଶ୍ୱର ( ଦେବାଶିଷ ଦାଶ ) ମାଘ ମାସ ଶୀତ ହେବ ବାଘ ପରି । ଦୁଇ ତିନି ଦିନ ବିରତି ପରେ ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ହାଡ଼ ଭଙ୍ଗା ଜାଡ ଅନୁଭୂତ ହେବ । ଆସନ୍ତା ୧୭ ତାରିଖ ପରଠାରୁ ତାପମାତ୍ରା କମିବା ସହ ଶୀତ ବଢିବ। ସ୍ଵାଭାବିକ ଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ପଶ୍ଚିମା ଝଡର ପ୍ରଭାବରୁ ବିଗତ କିଛି ଦିନ ହେବ ଶୀତ କମିବାରେ ଲାଗିଛି ।

ମାତ୍ର ପଶ୍ଚିମା ଝଡ କମିବା ପରେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ରାଜ୍ୟରେ ପୁଣି ଶୀତ ଲହରୀ ଅନୁଭୁତ ହେବ । ଆସନ୍ତା ଦୁଇ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଅନ୍ୟପଟେ ୧୬ ତାରିଖ ଯାଏଁ ଘନ କୁହୁଡି ନେଇ କିଛି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।