ଆଜିର ଖବର…

ଭୁବନେଶ୍ୱର ( ଦେବାଶିଷ ଦାଶ )
ଆଜି ଓ କାଲି କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକ ଜିଲାରେ ଘନ କୁହୁଡି ହେବ। ୧୭ ତାରିଖରୁ ରାଜ୍ୟରେ ଶୀତ ବଢିବ
ମାଟ୍ରିକ୍ ପ୍ରଶ୍ନପତ୍ରରେ ଏଣିକି ବାରକୋଡ୍ ରହିବ । ଦଶମ ପ୍ରଶ୍ନପତ୍ର ଲିକ ରୋକିବାକୁ ବୋର୍ଡର ପଦକ୍ଷେପ
ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ କ୍ଷୀର ଦିଆଯିବାକୁ ନିଷ୍ପତ୍ତି
ସରିଲା ଫସଲ ବୀମା ଆକଳନ, କ୍ଷତିଗ୍ରସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାରେ ୨୧ କୋଟି ୯୬ ଲକ୍ଷ ଟଙ୍କା
ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
ପ୍ରଭୁ ଲିଙ୍ଗରାଜଙ୍କ ସହ ଖେଳ। ମକର ସଂକ୍ରାନ୍ତିରେ ନୀତି ବନ୍ଦ। ବଡୁ ସେବାୟତ ଏବଂ ମହାସୁଆରଙ୍କ ଝଗଡ଼ାରେ ମନ୍ଦିର ଅବ୍ୟବସ୍ଥା
ପୁଣି ମତ ବଦଳିଲା। ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ ବ୍ୟବସ୍ଥା
କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ, ଜାନୁଆରୀ ୨୯ରେ ଏମଓୟୁ ସ୍ୱାକ୍ଷର ହେବ
କଟକ ଜିଲ୍ଲା ନେମାଳ ରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବାଡେଇବା ଓ ଠେଲାପେଲା କରିବା ଭିଡିଓ ଭାଇରାଲ
ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲ ଗ୍ରାମରେ ହାତୀ ଆକ୍ରମଣରେ ବ୍ୟକ୍ତି ଗୁରୁତର।
ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ଯୁବତୀ ୪୮ ଘଣ୍ଟା ପରେ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର
କଟକ ନୂଆବଜାର ରେଳଓ୍ବେ ଓଭରବ୍ରିଜ୍ ଉପରେ ଚାଇନିଜ୍ ପ୍ଲାଷ୍ଟିକ୍ ଗୁଡି ସୂତା ଲାଗି ୨ ଜଣ ବାଇକ ଚାଳକ ଆହତ
ବଲାଙ୍ଗିର ଜିଲା ତୁଷୁରା ରେ ଚୋରା ଧାନ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବଞ୍ଚିଲା ଡ୍ରାଇଭର
ପୁରୀ ଜିଲ୍ଲା କଣାସରେ ବ୍ୟାପୁଛି ଡାଇରିଆ, ୪୦ରୁ ଅଧିକ ଲୋକ ଆକ୍ରାନ୍ତ।
ସୁବର୍ଣ୍ଣପୁରରେ ଚାରିରୁ ଅଧିକ ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଅସ୍ତ୍ରରେ ହାଣିଲେ, ଦେଢ଼ଲକ୍ଷ ଟଙ୍କା ଲୁଟିଲେ
ଗଂଜାମ ହଳଦିଆପଦର ଇସ୍କନ ମନ୍ଦିର ନିକଟରେ ବ୍ୟାଟେରୀ ସ୍କୁଟିରେ ନିଆଁ ଲାଗିଗଲା
ଫୁଲବାଣୀ ପାଣ୍ଡୁଲି ସାହିରେ ଦୁର୍ବୃତ୍ତଙ୍କ ଛୁରାମାଡରେ ଦୁଇ ଜଣ ଯୁବକ ଗୁରୁତର, ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର
ନବରଙ୍ଗପୁର କେଉଟସାହିରେ ମହିଳାଙ୍କ ହାତଗୋଡ ବାନ୍ଧି ୨ ଦୁର୍ବୃତ୍ତ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ୬ ଭରି ସୁନା ଲୁଟି ନେଇଛନ୍ତି
ଭୁବନେଶ୍ବର ରେଳ ଷ୍ଟେସନରେ ଲୁଟେରାଙ୍କ ଆତଙ୍କ, ଟିକଟ କାଉଣ୍ଟରରୁ ଲୁଟୁଛନ୍ତି ପର୍ସ।ଜିଆରପିଏସ୍ ପୁଲିସ ନୀରବଦ୍ରଷ୍ଟା
ଫୁଲବାଣୀ ସଦର ଥାନା ମଜୁରିବିଡା ରାସ୍ତାରେ କିରାଣୀ ଦୋକାନର ଗ୍ରୀଲ ଭାଙ୍ଗି, ଶୋଇଥିବା ଲୋକଙ୍କୁ ନିଶା ସ୍ପ୍ରେ ଦେଇ ୨୦ ଲକ୍ଷର ସୁନା ଏବଂ ଟଙ୍କା ଲୁଟ
ଭୁବନେଶ୍ୱର ଖଣ୍ଡଗିରି ଯାତ୍ରା ଉତ୍ସବରେ ନାଚିବେ ନାହିଁ ନିଶା, ସାହୁ ଭାଉଜ ଓ ରାଣୀ
ମହାକୁମ୍ଭ ଆରମ୍ଭର ପ୍ରଥମ ଦିନରେ ୧.୬ କୋଟି ବୁଡ଼ ପକାଇଲେ ବୋଲି ସରକାରୀ ତଥ୍ୟ
ଜାମ୍ମୁ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୬ ଜଣ ଯବାନ ଆହତ
ଅଷ୍ଟ୍ରେଲିଆ କ୍ରିକେଟ ସିରିଜରେ ଶୋଚନୀୟ ପରାଜୟ ପରେ ନିୟମ କଲା ବିସିସିଆଇ, ଟୁର୍ଣ୍ଣାମେଣ୍ଟ ବେଳେ ପତ୍ନୀଙ୍କୁ ନେଇ ଯିବା ମନା
ଅସ୍ତ୍ରବିରତି ଆଲୋଚନା ମଧ୍ୟରେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୧୮ ମୃତ
ଥମୁ ନାହିଁ କାଲିଫର୍ଣ୍ଣିଆ ରେ ନିଆଁ। ବଢୁଛି ବାସହରା ଓ ମୃତ୍ୟୁସଂଖ୍ୟା। ଆମେରିକା ସରକାର ଅସହାୟ
ଭୂକମ୍ପ ପରେ ଜାପାନକୁ ସୁନାମୀ ଚେତା ।