ଅସହାୟ ପରିବାର କୁ ଚଣ୍ଡୀ ମାତା ଫାଉଣ୍ଡେସନ ର ସାହାଯ୍ୟ,
ଖଇରା ( ଦେବାଶିଷ ଦାଶ୍ )
ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦରପୁର ଗ୍ରାମର ଘର ର ମୂରବୀ (ବାପା) ସୁଦର୍ଶନ ସାହୁ ଗଣ୍ଡିବେଡ ହାଟ ରେ ଚାହା ଦୁକାନ ଟିଏ କରି ପରିବାର ଚଳାଇ ଆସୁଥିବା ବେଳେ ଆଜିକୁ ଠିକ୍ ବର୍ଷେ ହେବ ଅସୁସ୍ଥତା କାରଣରୁ ଦେହ ତ୍ୟାଗ କରିଥିଲେ।ପରେ ତାଙ୍କ ପୁଅ ସନ୍ତୁସ ସାହୁ ଗଣ୍ଡିବେଡ ବଜାର ରେ ଉଠା ଚlଟ୍ ଦୁକାନ ଟିଏ କରିଥିଲେ। ଲିଭର୍ କ୍ୟାନ୍ସର ରେ କଟକ ମେଡିକାଲ ରେ ଚିକିତ୍ସା ହେଉଥିବା ବେଳେ ପ୍ରାଣ ହରାଇଲେ।ବର୍ତମାନ ସନ୍ତୁଷ ଙ୍କ ସ୍ତ୍ରୀ ସସ୍ମିତା,ତାଙ୍କର ଚାରି ଝିଅ, ବୁଦ୍ଧା ମା ଆଉ ବିକଳାଙ୍ଗ ଭଉଣୀ ଅଛନ୍ତି।ତାଙ୍କର ପରିବାର ରେ କେହିବି ପୁରୁଷ ନାହାନ୍ତି ପରିବାର ଚଳେଇବା ପାଇଁ,ସାତ ଜଣ ଯାକ ଝିଅ ,ମା,ଭଉଣୀ, ଅଟନ୍ତି। ପରିବାର ଲୋକ ମାନେ ଚଣ୍ଡୀ ମାତା ଫାଉଣ୍ଡେସନ କୁ ଜଣଇ ଥିଲେ, foundation ର ଉପଦେଷ୍ଟା ବୁଦ୍ଧି ରାମ ପାଣିଗ୍ରାହୀ, ଧନଞ୍ଜୟ ପଣ୍ଡା. ବିଶ୍ଵନାଥ ପ୍ରଧାନ. ଜୟନ୍ତ ବିଶ୍ଵାଳ. ସତ୍ୟଜିତ ଭାଇ. ଗୌତମ ନାୟକ. ଅନାଦି ଭାଇ. ସୁଶାନ୍ତ ବିଶ୍ଵାଳ. ହରିଶ ମହାନ୍ତି. କ୍ରିଷ୍ଣା ବିଶ୍ଵାଳ. ତାଙ୍କ ପରିବାରକୁ ଭେଟି ଗୋଟେ ମାସ ପାଇଁ ତେଜ ରାତି,କିଛି ପନି ପରିବା ଏବଂ ଖର୍ଚ୍ଚ ପାଇଁ କିଛି ଟଙ୍କା ଦେଇଥିଲେ.ଚଣ୍ଡୀ ମାତା ଫାଉଣ୍ଡେସନ ର ଏହିପରି କାଯ୍ୟ କୁ ଅଞ୍ଚଳ ବାସି ଭୁରି ଭୁରି ପ୍ରଶଂସା କରିଛନ୍ତି,