April 20, 2025

ବାଇକକୁ ଧକ୍କା ଦେଲା ହାଇୱା ସ୍ୱାମୀ ଆଖି ଆଗରେ ଚାଲିଗଲା ସ୍ତ୍ରୀ ଯମୁନା ର ଜୀବନ

Share

 

କୁଜଙ୍ଗ ୧୪/୧୨ କଟକ ପାରାଦୀପି ରାସ୍ତାରେ ଦୁର୍ଘଟଣା ଯେପରି ନିତିଦିନିଆ ଘଟଣା ପାଲଟିଯାଇଛି।ସନ୍ଧ୍ୟା ସମୟରେ ବଳରାମପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା ଗୁରୁତର ବାଇକ ଚାଳକ ଓ ତାଙ୍କ ସ୍ତ୍ରୀ ଯମୁନା ଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ କୁ ଆଣିଥିଲେ।କିନ୍ତୁ ଡାକ୍ତର ଯମୁନାକୁ ମୂର୍ତ ଘୋଷଣା କରିଥିଲେ।ଜଗତସିଂପୁର ଜିଲ୍ଲା ଏରସମା ବ୍ଲକ ଚଟୁଆ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମ ର ସୁଶିଲି ମଲ୍ଲିକ ଙ୍କ ପତ୍ନୀ ଯମୁନା ମଲ୍ଲିକ ଙ୍କ ଚାଲିଗଲା ଜୀବନ।ହଁ ଆଜ୍ଞା ଦୁଇ ଦିନ ପୂର୍ବରୁ ଏକ ବାଇକିକୁ ଦୁର୍ଘଟଣା ଘଟିଥିଲା ଦୁର୍ଘଟଣା ରେ ଶିକାର ହୋଇଥିବା ବେକ୍ତି କଟକରେ ମରଣ ସହ ଲଡେଇ କରୁଛି।ଓ ଦୁର୍ଘଟଣା ଘଟାଇ ଥିବା ହାଇୱା କୁ କିଭଳି କୁଜଙ୍ଗ ଥାନା ଛାଡିଦେଲା ଇଏ ଏକ ବଡ଼ ପ୍ରଶ୍ନ ବାଚି ସୁଷ୍ଟି କରୁଛି।ଯେମିତିକି କଟକ ପାରାଦୀପି ରାସ୍ତା ରେ ଯମ ଦୂତ ସାଜିଛି ହାଇୱା ।ଚୋରା ବାଲି ନେଉଥିବା ବେଳେ ମନରେ ଅଛି ଡର ଏଣେ ପୋଲିସ କୁ ଭୟ ତେଣେ କିଏ କେତେ ଟ୍ରିପ କରିପାରିବ।ଏହି ମନମୁଖୀ ପାଇଁ ଚାଲିଯାଉଛି ନିରୀହ ଲୋକଙ୍କ ଜୀବନ ଆଉ କେତେ ମୁଣ୍ଡ ନେଲେ ପ୍ରଶାସନ ର ନିଦ ଭାଙ୍ଗିବ।