ନବରଙ୍ଗପୁର ଜିଲ୍ଲାରେ ‘ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ଲୋକାର୍ପିତ
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଆଖଣ୍ଡଳମଣି ଶିବ ମନ୍ଦିର କମ୍ୟୁନିଟି ହଲ ଠାରେ
“ଆଞ୍ଜୁଳାଏ ଫୁଲ” କବିତା ସଂକଳନ ପୁସ୍ତଳ ଲୋକାର୍ପିତ ହୋଇ ଯାଇଛି । ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୂଖ୍ୟ ଅତିଥି ରୂପେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଡମ୍ବୁରୁ ମାଝୀ ଯୋଗ ଦେଇ ପୁସ୍ତକକୁ ଲୋକାର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଦେବାଶିଷ ପଟ୍ଟନାୟକଙ୍କ ପରିଚାଳନା କରିଥିବା ବେଳେ ବକ୍ତା ରୂପେ ଅବନୀ କୁମାର ତ୍ରୀପାଠୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ଡ ରାଧାନାଥ ବେହେରା, ତ ବିଜୟ କୁମାର ମିଶ୍ର, ଜେମାମଣୀ ବିଷୋୟୀ, ବିଜୟ ଚୌଧୁରୀ, ନାରାୟଣ ପଣ୍ଡା, ଜଗଦିଶ ଚନ୍ଦ୍ର ତ୍ରୀପାଠୀ, ପ୍ରଭାସିନୀ ମହାନ୍ତି ଯୋଗ ଦେଇଥିଲେ । ପ୍ରକାଶକ ଶ୍ରୀ ଦୁର୍ଗା ପ୍ରସାଦଙ୍କ ଏହି କବିତା ସଂକଳନକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏମ ଆପ୍ପାଲା ସ୍ୱାମୀ ରଚନା କରିଛନ୍ତି । ଏଥିରେ ଭକ୍ତି ଗୀତ, ଦେଶାତ୍ମାବୋଧକ କବିତା, ଋତୁ ଭିତିକ କବିତା, ନିତୀ ଶିକ୍ଷା କବିତା, ଆଦିବାସୀ ଭାଷାର କବିତା, ପଲ୍ଲୀ ଗୀତ ଏବଂ ଅନ୍ୟାନ୍ୟ କବିତା କବିତା ସ୍ଥାନ ପାଇଛି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ଏମ ଆପ୍ପାଲା ସ୍ୱାମୀଙ୍କ ରଚିତ ପ୍ରାଚୀନ ତାଳପତ୍ର ନିଧିରୁ ଅନୁବାଦିତ ସାମ୍ପ୍ରଦାୟିକ ଶାସ୍ତ୍ରପୀଠ ଆଚାର ଧର୍ମ ଆଲୋଚନା ପୁସ୍ତକ ପ୍ରକାଶ ପାଇଛି ।
ଏହି କବିତା ସଂକଳନ କୋକାର୍ପଣ ଉତ୍ସବରେ ସହରର ବୁଦ୍ଧିଜୀବୀ, ସାମ୍ବାଦିକ ମାନଙ୍କ ସମେତ ଉଚିୟତାଙ୍କ ପରିବାର ବର୍ଗ ଏମ ଶିବ ପ୍ରସାଦ, ଅରୁଣା ଏବଂ ଅନ୍ୟାନ୍ୟ ସଦସ୍ୟା ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।