December 18, 2024

ଜଙ୍ଗଲ ସରୀସୃପ ଙ୍କ ଦ୍ଵାରା ଜୀବନ ଯିବା ଆଶଙ୍କା ନେଇ ରାସ୍ତା ମରାମତି ଦାବି ହୋଇଛି ।

Share

 

କୋଲନରା : କୋଲନରା ବ୍ଲକ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ତତ୍କାଳୀନ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମକୁ ରାସ୍ତା ର ସଂଯୋଗ କରଣ କରି ଯିବା ଆସିବା ପାଇଁ ଲୋକ ମାନଙ୍କ ସୁବିଧା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସୁଗମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।କିନ୍ତୁ ବାର୍ଦ୍ଧକ୍ୟ ଭତ୍ତା ,ପିଡ଼ିଏସ ଚାଉଳ ଯୋଗାଣ ସମୟରେ ଚାଉଳ ଆଣିବା ପାଇଁ ଯିବା ଆସିବା ପାଇଁ ପଞ୍ଚାୟତ ରାସ୍ତା ବିପଦ ସଙ୍କେତ ସ୍ତର ରେ ଥିବା ଅଭିଯୋଗ ହୋଇଛି ।
ଏହିଭଳି ସମସ୍ୟା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଛି ।ଏହି ମାଟି ରାସ୍ତା ଉପରେ କଙ୍କୁବାଡି,ପଦକାଅପାଡୁ,ସର୍ଗିବାଇ ଗ୍ରାମର ବୁଢ଼ା ବୁଢ଼ୀ ମାନେ ନିଜର ବାର୍ଦ୍ଧକ୍ୟ ଭତ୍ତା, ଏବଂ ଚାଉଳ ଆଣିବା ପାଇଁ ଦୁଇଟିଦୁଇଟି ରାସ୍ତା ଅଛି ।ଯୋଉ ରାସ୍ତା କି ପିଚୁ ପଡିଛି ପଞ୍ଚାୟତ କାର୍ଯ୍ୟାଳୟ କୁ ପାଞ୍ଚ କିଲୋମିଟର ହୋବ ।ମାଟି ରାସ୍ତା ଦୁଇ ରୁ ତିନି କିଲୋମିଟର ହୋବ । ତେଣୁ ପିଚୁ ରାସ୍ତା ରୁ ନ ଯାଇ ମାଟି ରାସ୍ତା ରେ ଯିବା ଆସିବା କରୁଛନ୍ତି । କିନ୍ତୁ ମାଟି ରସ ଦୁଇ କୋଡ଼ ରେ ଜଙ୍ଗଲ ଝାଟି ଲଟା ବୁଦା ରାସ୍ତା ଦେଖା ନ ଗଲା ପରି ରାସ୍ତା ଅବରୋଧ କରି ଦେଇଥିବା ଦେଖିବାକୁ ମିଳିଛି । ଏହି ଭଳି ଜଙ୍ଗଲ ରାସ୍ତା ରେ କେତେବେଳେ କୋଉ ବୁଢ଼ା ବୁଢ଼ୀ ମାନଙ୍କ ସରୀସୃପ ର ଭୟ ରହୁଥିବା ଅଭିଯୋଗ କରିଛନ୍ତି ।ବାଙ୍କିଲି ଗ୍ରାମ ଠାରୁ ସର୍ଗିବାଇ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବେ ପଞ୍ଚାୟତ ସମିତି ତେବେ କେତେ ଜଣଙ୍କ ଜୀବନ ବଞ୍ଚିବ ବୋଲି ବୁଦ୍ଧି ଜୀବ ମହଲ ରେ ଚର୍ଚ୍ଚା ହୋଉଛି ।ବାଙ୍କିଲି ଗ୍ରାମ ପଞ୍ଚାୟତ ର ଜବ କାର୍ଡ ହିତାଧିକାରୀ କାମ ମାଗିଲେ କାମ ମିଳୁନଥିବା ଅଭିଯୋଗ କରୁଥିବା ବେଳେ ରାସ୍ତା ଘାଟ ସବୁ ଜଙ୍ଗଲ ହୋଇ ପଡି ରହିଥିବା ଅଭିଯୋଗ ସାଧାରଣ ରେ ହୋଇଛି ।ଏହିଭଳି ଭାବେ କାର୍ଯ୍ୟ ଜାରି ରହିବ ତେବେ ନିହାତି ଦାଦନ କାମ କରିବାକୁ ବାହାର ରାଜ୍ୟକୁ ଯିବା ଥୟ ବୋଲି ଚର୍ଚ୍ଚା ହେଉଛି।ଏହି ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ କାମ କରିବାକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଉଥିଲେ ମଧ୍ୟ ପଞ୍ଚାୟତ ରେ ନା ଏଡିଓ,ଓ ପିଇଓ,କୌଣସି ଅଧିକାରୀ ଙ୍କ ଦେଖା ମିଳୁନଥିବା ଜବ କାର୍ଡ ହିତାଧିକାରୀ ଅଭିଯୋଗ କରିଛନ୍ତି ।ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି,ପିଇଓ ଜୀବନ ଜେନା, ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ କି ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ଙ୍କୁ ଅବଗତ କରି ସମସ୍ୟା ର ସମାଧାନ କରିବୁ ବୋଲି କହିଛନ୍ତି ।
ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ