November 15, 2024

କାଶୀନଗର ବଂଶଧାରା ନଦୀ ତଟରେ ବୋଇତ ବନ୍ଦାଣ ଉତ୍ସବ

Share

 

କାଶୀନଗର (ଅନନ୍ତ ଆପଟ )

ତା: ୧୫.୧୧.୨୦୨୪

 

କାର୍ତ୍ତିକ ଓ ରାହାସ ପୂର୍ଣ୍ଣିମାର ଶୁଭ ଅବସରରେ ଫେଷ୍ଟିଭାଲ ଫାଉଣ୍ଡେସନ ଆଫ୍ ଓଡ଼ିଶା ଓ ମିଡ଼ିଆ କ୍ଲବ୍,କାଶୀନଗର, ଆନୁକୁଲ୍ୟରେ ବଂଶଧାରା ପାଠାଗାର, ଜଗନ୍ନାଥ ମନ୍ଦିରର ପୁରୋଧା ପଦ୍ମ ଚରଣ ଦଶ , ବହୁ ବରିଷ୍ଠ ନାଗରିକ, ବିଭିନ୍ନ କୀର୍ତ୍ତନ ମଣ୍ଡଳୀ ଓ ବହୁ ସଂଖ୍ୟାରେ ମହିଳା,ଶିଶୁ, ଆଦି ନାଗରିକ ମାନେ ଯୋଗ ଦେଇ ଅଞ୍ଚଳରେ ବୋଇତ ବନ୍ଦାଣ ର ପରମ୍ପରାକୁ ବଜାୟ ରଖି ହର୍ଷ ଓ ଉଲ୍ଲାସରେ କାର୍ତ୍ତିକ ମାସର ପୁଣ୍ୟ ବିଧି ପରିସମାପନ କଲେ।

ଉତ୍ସବ କୁ ଜଗନ୍ନାଥ ମନ୍ଦିର ର ମହନ୍ତ ମହାରାଜ ପଦ୍ମ ଚରଣ ଦାସ ସ୍ୱ ହସ୍ତରେ ଉଦ୍ଘାଟନ କରିଥିଲେ ଓ ବଂଶଧାରା ନଦୀ ରେ ଭକ୍ତଙ୍କ ହସ୍ତ ନିର୍ମିତ ସୋଲ ରେ ତିଆରି ବୋଇତ କୁ ବନ୍ଦା ପନା କରି ପୌରାଣିକ ରୀତିରେ ମେଲାଣି ଦେଇଥିଲେ ।

‘ଆ-କା-ମା-ଭୈ, ପାନ ଗୁଆ ଖାଇ।

ପାନ ଗୁଆ ତୋର, ମାସିକ ଧରମ ମୋର।’’

ଏହାକୁ ପ୍ରାଚୀନ ଉତ୍କଳର ସମୃଦ୍ଧ ନୈବାଣିଜ୍ୟ ସହିତ ଯୋଡ଼ି ଅନେକେ ଅର୍ଥ କରିଥାଆନ୍ତି- ‘ଆ-କା’ର ଅର୍ଥ ଆଷାଢ଼ ଓ କାର୍ତ୍ତିକ ଏବଂ ‘ମା ଭୈ’ର ଅର୍ଥ ଭୟ କରନାହିଁ। ପୂର୍ବେ ଉତ୍କଳର ସାଧବ ପୁଅମାନେ ଦରିଆପାରି ରାଇଜରେ ବେପାର କରୁଥିଲେ। ଯିବାପାଇଁ କାର୍ତ୍ତିକ ଏବଂ ଫେରିବାପାଇଁ ଆଷାଢ଼ ଥିଲା ନିରାପଦ ମାସ; କାରଣ, ଏହି ସମୟରେ ସାମୁଦ୍ରିକ ଝଡ଼ର ଭୟ ନଥାଏ। ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବାବେଳେ ‘ଆ-କା-ମା-ଭୈ’ ବୋଲାଯାଏ।

କିନ୍ତୁ ‘ଆ-କା-ମା-ଭୈ’ ପ୍ରକୃତରେ ‘ଆ-କା-ମା-ବୈ’। ଏହା ପାରମ୍ପରିକ ଭାବରେ ସ୍ୱୀକୃତ ଚାରି ଧର୍ମମାସର ସୂଚନା। ‘ଆ’ ହେଉଛି ଆଷାଢ଼, ‘କା’ ହେଉଛି କାର୍ତ୍ତିକ, ‘ମା’ ହେଉଛି ମାଘ ଓ ‘ବୈ’ ହେଉଛି ବୈଶାଖ। ଏହି ଚାରିମାସ ହିନ୍ଦୁଙ୍କର ପୁଣ୍ୟମାସ। ଏହି ଚାରିମାସରେ ବ୍ରତ କରି, ମାସ ଶେଷର ପୂର୍ଣ୍ଣମୀରେ ଦାନ ଆଦି କଲେ ପରମ ପୁଣ୍ୟ ମିଳେ.

You may have missed