ଚାରିଟିକିଆ ହାତୀ ପଲ ଦେଖି ଚାଷୀ ଚିନ୍ତାରେ
କାଶୀନଗର (ଅନନ୍ତ ଆପଟ )
କାଶୀନଗର ମଧ୍ୟରେ ଥିବା ରାଜପୁର, ଜୀବନ ଦାସ ଗୁଡା,ସିରିଡା, ହନୁମନ୍ତ ପୁର ଓ କୋଲା ଗ୍ରାମ ଦେଇ ଚାରି ଟିକିଆ ହାତୀ ପୋଲ ବୁଲୁଛି ବୋଲି ସ୍ଥାନୀୟ ବନ ଖଣ୍ଡ ଅଧିକାରୀ ଏସ କେ ବେହେରା ସୂଚନା ଦେଇଛନ୍ତି. ଏହି ଚାରି ଟିକିଆ ହାତୀ ପୋଲ ବୁଲୁ ଥୁବାରୁ ଧାନ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି. ଏହି ବର୍ଷ ଧାନ ଚାଷ କାଶୀନଗର ଅଞ୍ଚଳ ରେ ଭଲ ହୋଇ ଥିବା ବେଳେ ବର୍ତମାନ ଧାନ କାଟିବା ସମୟ ହୋଇ ନ ଥିବାରୁ ସେମାନେ ଧାନ କ୍ଷେତ ରେ ହାତୀ ପୋଲ ପଶି ଧାନ ଦଳି ଦେଇ ନଷ୍ଟ କରିଦେବ ବୋଲି ଚିନ୍ତାରେ ରହୁଛନ୍ତି. କିଛି ଚାଷୀ ଙ୍କ ଧାନ କ୍ଷେତ ମଧ୍ୟରେ ପଶି ଫସଲ ନଷ୍ଟ ହୋଇଥିଲେ ଅନୁକମ୍ପା ମୂଳକ ଟଙ୍କା ପାଇବାକୁ ହେଲେ ଚାଷୀ ମାନେ ଅନ ଲାଇନ ମାଧ୍ୟମରେ ଅପ୍ଲାଇ କରି କ୍ଷତି ଭରଣା କରିପାରିବେ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା କହିଛନ୍ତି.