ଡାକ୍ତର ବି. ପି. ମିଶ୍ର ଥିଲେ ରୋଗୀ ଙ୍କ ପାଇଁ ଭଗବାନ ସଦୃଶ
ଡାକ୍ତର ଭୁବନ ପ୍ରସାଦ ମିଶ୍ର ସ୍ମୃତି ସମ୍ମାନ ରେ ସମ୍ମାନିତ ହେଲେ ଡାକ୍ତର ଧ୍ରୁବ ଚରଣ ନନ୍ଦ
ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ):ସମ୍ବଲପୁର ସ୍ଥିତ ଓଡିଶା ସଂସ୍କୃତିକ ସମାଜ ରେ ଅନୁଷ୍ଠିତ ହୋଇଯାଇଛି ଡାକ୍ତର ଭୁବନ ପ୍ରସାଦ ମିଶ୍ର ସ୍ମୃତି ବକୃତା ମାଳା l ସ୍ମୃତି ସମିତି ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କର ସଭାପତିତ୍ୱ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାର ଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସ୍ୱାମୀ ନିତ୍ୟ ଚୈତନ୍ୟ ଯୋଗ ଦେଇଥିବା ବେଳେ ସ୍ମୃତି କମିଟି ର ଉପସଭାପତି ପ୍ରଫେସର ଶଙ୍କର ପ୍ରସାଦ ପତି, ସମ୍ପାଦକ ପ୍ରଫୁଲ୍ଲ ହୋତା ପ୍ରମୁଖ ମଂଚାସୀନ ଥିଲେ l
ଏହି ପରିପେକ୍ଷି ରେ ଡାକ୍ତର ଧ୍ରୁବ ଚରଣ ନନ୍ଦ ଙ୍କୁ ଡାକ୍ତର ବି. ପି. ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା l ଉପସ୍ଥିତ ଅତିଥି ମାନେ ଡାକ୍ତର ବି. ପି.ମିଶ୍ର ଙ୍କର ସଛୋଟ ପଣିଆ ତଥା ସମାଜ ପ୍ରତି ତାଙ୍କର ଯେଉଁ ସେବା ମନୋଭାବ ଥିଲା, ସେ ବିଷୟରେ ଆଲୋକପାତ କରିଥିଲେ l ଏହା ମଧ୍ୟ କହିଥିଲେ ଡାକ୍ତର ମିଶ୍ର ଜଣେ ରୋଗୀଙ୍କ ପାଇଁ ଭଗବାନ ସଦୃଶ ଥିଲେ l ମୁଖ୍ୟ ଅତିଥି ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ, ଡାକ୍ତର ମିଶ୍ର ଙ୍କୁ ଆଜି ଆମେ ଏଥିପାଇଁ ମନେ ପକଉଛୁ ଯେ, ସେ ଥିଲେ ଜଣେ ବିରଳ ବ୍ୟକ୍ତିତ୍ୱ l ରୋଗୀ ମାନଙ୍କୁ ଅତି ଆପଣାର ଭଳିଆ ବ୍ୟବହାର କରିବା ସହ ରୋଗୀ ସେବା ପ୍ରତି ପ୍ରତି ଥିଲେ l ଆଜିର ଦିନରେ ଯୁବପୀଢ଼ି ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି l ସଭା ପ୍ରାରମ୍ଭ ରେ ଡାକ୍ତର ବି.ପି. ମିଶ୍ର ଙ୍କର ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା।