July 6, 2024

ଶ୍ରୀ ଜଗନ୍ନାଥ ନୋଡାଲ ବିଦ୍ୟାଳୟ ର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ।

Share


ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ କୋରଣା ଗ୍ରାମପଞ୍ଚାୟତ ର ବନ୍ତିଲୋ ଗ୍ରାମ ସ୍ଥିତ ଶ୍ରୀ ଜଗନ୍ନାଥ ନୋଡାଲ ବିଦ୍ୟାଳୟ ପରିସରରେ ବୁଧବାର ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଜାଇ ଅଛି । ଏହି ବିଜ୍ଞାନ ମେଳାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ୩୫ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ପରିଡ଼ା, ଙ୍କ ଆବାହକ ତ୍ଵରେ ଆୟୋଜିତ ଏହି ମେଳାରେ ଅସ୍ତରଙ୍ଗ ବ୍ଲକ ର ଶିକ୍ଷ୍ୟା ଅଧିକାରି ଶୁସିଲ କୁମାର ବ୍ରହ୍ମା , ଓ ଉପ ଶିକ୍ଷ୍ୟା ଅଧିକାରୀ ମମତା ମଞ୍ଜରୀ ଦେଇ, ଆଦି ଯୋଗ ଦାନ କରି ପ୍ରଦୀପ ପ୍ରଯୋଳନପୂର୍ବକ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ତତ୍ ପରେ ବିଜ୍ଞାନ ମେଳା ଉପରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ଆଲୋଚନା ଚକ୍ର ଜନତା ହାଇସ୍କୁଲ ବାନ୍ତିଲୋ ର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ବିଶ୍ଵାଳ ଙ୍କ ସଭାପତିତ୍ବରେ ଆୟୋଜିତ କରାଯାଇଥିଲା ।ଏଥିରେ ଅତିଥିଭାବେ,ପୂର୍ବତନ କାକଟପୁର ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ପରିଡ଼ା,ଶିକ୍ଷାବିତ୍ ଦିଜବର
ବାଘ, ପ୍ରଫୁଲ୍ଲ ପରିଡ଼ା,ବ୍ୟାଙ୍କ୍ ଅଧକାରୀ ପ୍ରମୋଦ ନାୟକ,ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ,ଆଦି ରହିଥିବା ଓ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖି ପରୀକ୍ଷା ନିରେଖ୍ୟା କରିବା ପରେ , ଆଦିତ୍ୟ ସାହୁ ୬ଷ୍ଟ ,ସ୍ମାର୍ଟ ଚୁଲା ପ୍ରଥମ ,ପ୍ରିୟ ଦର୍ଶିନୀ ସେନାପତି ସ୍ମାର୍ଟ, ଡଷ୍ଟ ବିନ ଦ୍ୱିତୀୟ ଓ ଶୁଭମ୍ ପ୍ରଧାନ ହାଇଡ୍ରୋଲିକ ଜେଶିବି ୩ୟ ସ୍ଥାନ ଅଧିକାର କରିଥିବାର ଜଣା ପଡିଥିଲା । ଏହି ତିନିଗୋଟି ପ୍ରକଳ୍ପ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ଯିବାପାଇଁ ବିଚାର ପତି ମିଥୁନ କୁମାର ହରିଚନ୍ଦନ, ବିଜ୍ଞାନ ଶିଷକ ଝାଡଲିଙ୍ଗ ହାଇ ସ୍କୁଲ ଦ୍ବାରା ମନୋନୀତ ହୋଇଥିଲେ । ଏହିସବୁ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲ ବୀଣାପାଣି ରାଉତ,ଶ୍ୟାମ ସୁନ୍ଦର ନାୟକ,ସୁରେନ୍ଦ୍ର ବାରିକ, ସମେତ ବିଦ୍ୟାଳୟର କର୍ମଚାରୀ ଗଣ । ଶେଷରେ କୃତିତ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା ।
ରିପୋର୍ଟ ଦୁଃଶାସନ ନାୟକ ଅସ୍ତରଙ୍ଗ ।

You may have missed