July 6, 2024

ଜିଲ୍ଲା ସ୍ତରୀୟ ୟୁଥ୍ ରେଡ୍ କ୍ରସ୍ ଶିବିର ଉଦଯାପିତ, ପୂଜାରାଣୀ ଓ ଅମର ବେଷ୍ଟ ଭୋଲୁଣ୍ଟର ବିବେଚିତ

Share

ଜିଲ୍ଲା ସ୍ତରୀୟ ୟୁଥ୍ ରେଡ୍ କ୍ରସ୍ ଶିବିର ଉଦଯାପିତ, ପୂଜାରାଣୀ ଓ ଅମର ବେଷ୍ଟ ଭୋଲୁଣ୍ଟର ବିବେଚିତ
ବୁଗୁଡା : ତା ୧୫/୧୧/୨୩ : ଭାରତୀୟ ରେଡକ୍ରସ ସୋସାଇଟି ଏବଂ ଓଡିଆ ରାଜ୍ୟ ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ଆୟୋଜିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ତ୍ରିଦିବସୀୟ ୟୁଥ୍ ରେଡ୍ କ୍ରସ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉକ୍ତ ଶିବିରରେ ୩୫ଟି କଲେଜର କାଉନସିଲର ଏବଂ ୧୧୫ ଜଣ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଛତ୍ରପୁର କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ତ୍ରିପାଠୀ , ପ୍ରାକ୍ତନ ଅଧ୍ଯକ୍ଷ କିଶୋର କୁମାର ବେହେରା ଓ ଅଧ୍ୟାପକ ମନୋରଞ୍ଜନ ମହାରଣା , ବୁଗୁଡ଼ା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ସୁଧାଂଶୁ ଶେଖର ପାଢ଼ୀ , ମଦନ ଗୋପାଳ ଦୋରା ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ବେଷ୍ଟ ଭୋଲୁଣ୍ଟର ଭାବେ କେନ୍ଦୁପଦର କଲେଜର ପୂଜାରାଣୀ ପ୍ରଧାନ ଓ ପିପୁଲ କଲେଜର ଅମର ନାୟକଙ୍କୁ ପୁରସ୍କାର ପ୍ରଦାନ ସହ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉକ୍ତ ଶିବିର ଅବସରରେ ରେଡକ୍ରସର ହିଷ୍ଟ୍ରି ଅଫ୍ ରେଡକ୍ରସ୍ , ଡିଜାଷ୍ଟର୍ ମ୍ଯାନେଜମେଣ୍ଟ , ଫାଷ୍ଟ ଏଡ୍ , ବ୍ଲଡ୍ ଡୋନେସନ୍ , ରୋଡ୍ ସେଫ୍ଟି , ଟୋବାକୋ ଫ୍ରି କ୍ଯାମ୍ପସ୍ , ଲିଡରସିପ୍ ଆଦି ବିଷୟରେ ଶିବିରାର୍ଥୀଙ୍କୁ ଶିକ୍ଷା ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ବେଳେ ଅନ୍ତିମ ଦିବସରେ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଏକ ଜନ ସଚେତନତା ଶୋଭାଯାତ୍ରା ବୁଗୁଡ଼ାରେ ଅନୁଷ୍ଠିତ ହୋଇଥିଲା । ପିପୁଲ୍ସ କଲେଜ ଓ୍ବାଇଆରସି କାଉନସିଲର ଅଧ୍ଯାପକ ବିନୋଦ କୁମାର କର ଓ ଅଧ୍ୟାପିକା ସନ୍ଧ୍ଯାରାଣୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ବ୍ରହ୍ମପୁର ଶଶୀଭୂଷଣରଥ ମହିଳା ମହାବିଦ୍ୟାଳୟ ଅଧ୍ଯାପକ ଦେବବ୍ରତ ସାହୁ , ଓ୍ବାଇଆରସି ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଓ ପ୍ରାକ୍ତନ ସଂଯୋଜକ ବି.ଗୋବିନ୍ଦ ରାଓ , ପିପୁଲ୍ସ କଲେଜ ପିଇଟି କ୍ରିଷ୍ଣା ରାଓ ପାତ୍ର , କେନ୍ଦୁପଦର କଲେଜ ଅଧ୍ୟକ୍ଷ ହରି ଶଙ୍କର ପାଣ୍ଡେ , ନୟାଗଡ ଜିଲ୍ଲା ସଂଯୋଜକ ଆଦିତ୍ୟ ପ୍ରସାଦ ମିଶ୍ର , ଜଗନ୍ନାଥପ୍ରସାଦ ଓ୍ବାଇଆରସି କାଉନସିଲର ଲୋକନାଥ ମହାନ୍ତି, ପିପୁଲ୍ସ କଲେଜ ଅଧ୍ଯାପକ ଆତ୍ମପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇ ଶିବିରାର୍ଥୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏଭଳି ଜିଲ୍ଲା ସ୍ତରୀୟ ଯୁବ ରେଡ୍ କ୍ରସ୍ ଶିବିର ପିପୁଲ୍ସ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ କରାଯାଇଥିଲେ ହେଁ ତାହା ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ଜଣାଯାଇଛି

You may have missed