July 6, 2024

ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଗୁରକୃପା ପକ୍ଷରୁ ଶିଶୁ ଓ ମା ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ l

Share

ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଗୁରକୃପା ପକ୍ଷରୁ ଶିଶୁ ଓ ମା ଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ l

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ୧୫/୧୧ (ଆ.ପ୍ର) ଜବାହାର ଲାଲ ନେହୁରୁ ଶିଶୁ ମାନଙ୍କୁ ଅତ୍ୟନ୍ତ ଆଦର କରୁଥିବାରୁ ତାଙ୍କ ଜନ୍ମଦିନ କୁ ସ୍ମରଣୀୟ କରିବାକୁ ପ୍ରତ୍ୟେକ ବର୍ଷ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଶିଶୁ ଦିବସ ମହା ଆଡମ୍ବର ସହକାରେ ପାଳନ ହୋଇ ଆସୁଛି l ଏହି ଅବସରରେ ଉମରକୋଟ ସ୍ଥିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଗୁରୁ କୃପା ଏଜ୍ୟୁକେସନାଲ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଅନୁଷ୍ଠାନ ପରିସରରେ ମହା ଆଡମ୍ବର ସହ ଶିଶୁ ଦିବସ ପାଳନ ହୋଇ ଯାଇଛି। ଗୁରୁ କୃପା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଥମ ପ୍ରତିଯୋଗିତା ଭାବେ ମୋଷ୍ଟ୍ ଅୱେର୍ ମଦର୍ ପ୍ରତିଯୋଗିତା ଦେଢ଼ ବର୍ଷରୁ ଅଢେଇ ବର୍ଷର ଶିଶୁଙ୍କ ମା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ,ପ୍ରଥମ ସ୍ଥାନ:- ଫତିମା ବାନୋ ଦ୍ଵିତୀୟ ସ୍ଥାନ:- ପୂଜା ଗୋଏଲ୍ ଏବଂ
ତୃତୀୟ ସ୍ଥାନ ଛବି ରାଣୀ ନାୟକ, ସେହିପରି ଦ୍ଵିତୀୟ ପ୍ରତିଯୋଗିତା ଡ଼ାଇନାମିକ୍ ଡ଼ୁଓ,ଦେଢ଼ ବର୍ଷରୁ ତିନି ବର୍ଷର ଶିଶୁ ଏବଂ ମା ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରଥମ ସ୍ଥାନ:-ମା’ ମଧୁ ଅଗ୍ରୱାଲ ଏବଂ ଶିଶୁ ରଚିକା ଅଗ୍ରୱାଲ
ଦ୍ଵିତୀୟ ସ୍ଥାନ ମା’ ରିଙ୍କି ଦେ ଏବଂ ଶିଶୁ ଅଂଶିକା ଭଟ୍ଟାଚାର୍ଯ୍ୟ ତୃତୀୟ ସ୍ଥାନ ମା’ ସୁକାନ୍ତି ସାବତ ଏବଂ ଶିଶୁ ସମୃଦ୍ଧି ପୂଜାରୀ ସେହିପରି ତୃତୀୟ ପ୍ରତିଯୋଗିତା ସ୍ମାର୍ଟ କିଡ଼୍ ୩ ରୁ ୪ ବର୍ଷର ଶିଶୁଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ,
ପ୍ରଥମ ସ୍ଥାନ ଆରବ ଦାଶ ଦ୍ଵିତୀୟ ସ୍ଥାନ ରିଦିମା ବେହେରା ତୃତୀୟ ସ୍ଥାନ ଯାମି ସାତ୍ତ୍ୱିକା ସେହିଭଳି ଚତୁର୍ଥ ପ୍ରତିଯୋଗିତା :-ଫେସନ୍ ଶୋ
ବେଷ୍ଟ୍ ଟ୍ୱିଣ୍ଣିଙ୍ଗ୍ ବିଭାଗରେ
ପ୍ରଥମ ମା ଗୀତା ଏବଂ ଶିଶୁ ଆଞ୍ଜେଲ୍ ମଣ୍ଡଳ
ଦ୍ଵିତୀୟ ମା ମଧୁ ଏବଂ ଶିଶୁ ରଚିକା ଅଗ୍ରୱାଲ
ଯୁଗ୍ମ ତୃତୀୟ ଅନମୋଲ ଓ ଆଧ୍ୟା ଏବଂ ସରିତା ଓ ୟଶ ଅଗ୍ରୱାଲ ମନୋନୀତ ହୋଇଥିଲେ ଶେଷରେ ଗେସ୍ଚର ବିଭାଗରେ
ପ୍ରଥମ ପ୍ରିୟଙ୍କା ଓ ସିମ୍ରନ ହାଲ୍ଦାର
ଦ୍ଵିତୀୟ ପ୍ରୀତିଲତା ପାଣିଗ୍ରାହୀ ଓ ଶିଵଂଶ ପଣ୍ଡା,ତୃତୀୟ :- ବିନୋଦିନୀ ପରିଡା ଓ ସ୍ୱୟଂ ସାବତ ଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପ ଲାଇନ ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ, ସବ ଇନସ୍ପେକ୍ଟର ଅକ୍ଷୟ କୁମାର ମିଶ୍ର,ସନ୍ତୋଷ କୁମାର ମାଝୀ,ସୌମେନ୍ଦ୍ର ସେଠ,
ନୀଳିମା ପାଣିଗ୍ରାହୀ, ଅବସରପ୍ରାପ୍ତ ଟୀକା କରଣ ଅଧିକାରୀ କୁସୁମ ନାୟକ ଗୁରୁ କୃପା ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ,ସମ୍ପାଦକ ଶ୍ରୀମତୀ ସାଗରିକା ପଟ୍ଟନାୟକ,ପ୍ରୋଗ୍ରାମ କୋଅର୍ଡିନେଟର ଇଂ. ଚନ୍ଦନା ମଲ୍ଲିକ ,ଅଧ୍ୟକ୍ଷା ବଚପନ୍ ଏ ପ୍ଲେ ସ୍କୁଲ ଶ୍ରୀମତୀ ଦୀପା ପାଲ , ଗୁରୁ କୃପା ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସ୍ବପ୍ନା ପାଣିଗ୍ରାହୀ,
ଅଧ୍ୟକ୍ଷ ,ଗୁରୁକୃପା କଲେଜ ଅଫ୍ ମେଡିକାଲ ସାଇନ୍ସ୍ ,ଡ. ଦେବୀ ପ୍ରସାଦ କର
ଶ୍ରୀ ସୁଧାଂଶୁ ଶେଖର ଟହଲ ,ଅଧ୍ୟକ୍ଷ,ଗୁରୁକୃପା ହାଇଏର ସେକେଣ୍ଡାରୀ ସ୍କୁଲ୍,ପଙ୍କଜ ମିଶ୍ର
ଏବଂ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଗୁରୁକୃପା ମହାବିଦ୍ୟାଳୟର ଅଧ୍ୟାପିକା, ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ଉପସଭାପତି ତଥା ଗୁରୁ କୃପା ଅନୁଷ୍ଠାନ ର ପ୍ରୋଗ୍ରାମ କୋଡିନେଟର ଇଂ. ଚନ୍ଦନା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁରୁକୃପା ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ କର୍ମକର୍ତ୍ତା ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ ହୋଇ ଥିଲା। l ଏହିଭଳି କାର୍ଯ୍ୟକ୍ରମ ପାଇଁ ସମ୍ମାନିତ ଅତିଥି ପ୍ରକ୍ତାନ ଟୀକା କରଣ ଅଧିକାରୀ ଶ୍ରୀମତୀ କୁସୁମ ନାୟକ ଆୟୋଜକ ଗୁରୁକୃପା ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

You may have missed