July 6, 2024

ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବେଲଗୁଣ୍ଠା ଛାତ୍ରୀଙ୍କ ପଦକ ହାସଲ

Share

ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବେଲଗୁଣ୍ଠା ଛାତ୍ରୀଙ୍କ ପଦକ ହାସଲ

ବେଲଗୁଣ୍ଠା, 15/11, ସୁନ୍ଦରଗଡ଼ ଜିଲ୍ଳା ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବେଲଗୁଣ୍ଠା ପାଇଁ ଗୌରବ ଆଣିଛନ୍ତି ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଦୀପ୍ତିମୟୀ ବିଷୋୟୀ I ଦୀପ୍ତିମୟୀ ଟ୍ରିପଲ୍ ଜମ୍ପ୍ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି I ଏହି ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଅଧ୍ୟାପିକା ଗୀତାଶ୍ରୀ ସାମନ୍ତଙ୍କ ତତ୍ତ୍ୱାବଧାନରେ ଛାତ୍ରୀ ପ୍ରିୟଙ୍କା ନାୟକ ଏବଂ ଦିପ୍ତିମୟୀ ବିଷୋୟୀ ଅଂଶଗ୍ରହଣ କରିଥିଲେ I ଦୀପ୍ତିମୟୀଙ୍କ ସଫଳତା ପାଇଁ ଅନୁଷ୍ଠାନ ଅଧ୍ୟକ୍ଷା ଡ.ସଂଯୁକ୍ତା ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି I

ଫଟୋ

You may have missed