ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
ବୁଗୁଡ଼ା : ତା ୧୫/୧୦/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହିଳା ସଶକ୍ତିକରଣର ତତ୍ତ୍ବ ,ପ୍ରକ୍ରିୟା , ବାସ୍ତବ କାର୍ଯ୍ୟକାରିତା ଏବଂ ଗୁରୁତ୍ବପୂର୍ଣ୍ଣ ବିଶ୍ଲେଷଣ ଏହି ଆଲୋଚନା ଚକ୍ରର ବିଷୟବସ୍ତୁ ରହିଥିଲା । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଅଧ୍ଯାପକ ବ୍ରହ୍ମାନନ୍ଦ ଶତପଥି ଏବଂ ସମ୍ମାନିତ ଅତିଥି ଭାବେ ଶରଣକୁଳ କଲେଜ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡା ଓ ବାଲିପଦର କଲେଜ ଅଧ୍ୟାପକ ଭାବଗ୍ରାହୀ ପଣ୍ଡା ଯୋଗ ଦେଇଥିଲେ
। ଛାତ୍ରୀ ପୂଜାରାଣୀ ଦାସ ଓ ଅମ୍ରିତା ଅପରୂପା ସାହୁ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ଆଇକ୍ୟୁଏସି ସଂଯୋଜକ ପ୍ରଦୀପ କୁମାର ଦାଶ ଆଲୋଚନା ଚକ୍ରର ବିଷୟ ଉପରେ ଆଲୋକପାତ କରିଥିଲେ । ଯେ କୌଣସି ରାଷ୍ଟ୍ରର ବିକାଶ ଦିଗରେ ନାରୀଙ୍କ ଭୂମିକା ଅପରିହାର୍ଯ୍ୟ ଏବଂ ମହିଳା ସଶକ୍ତିକରଣ ଦ୍ବାରା ହିଁ ବିକଶିତ ରାଷ୍ଟ୍ରର କଳ୍ପନା କରାଯାଇପାରେ ବୋଲି ଆଲୋଚନା କାଳରେ ମତ ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯାପକ ବିନୋଦ କୁମାର କର ପରିଚାଳନା କରିଥିବା ବେଳେ ଏହାର ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।