September 16, 2026

୪୧ତମ ବାହିନୀ ITBPର ୧୯ତମ ପ୍ରତିଷ୍ଠା ଦିବସ ପାଳିତ

IMG-20260915-WA0027
Share

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ୪୧ତମ ବାହିନୀ ଭାରତ-ତିବ୍ବତ ସୀମା ପୋଲିସ ବଳ (ITBP)ର ୧୯ତମ ପ୍ରତିଷ୍ଠା ଦିବସ ବିକ୍ରମ ନଗର କ୍ୟାମ୍ପ, ତରତୁଆ, ଖୋର୍ଦ୍ଧାଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ITBP କ୍ଷେତ୍ରୀୟ ମୁଖ୍ୟାଳୟ, ଭୁବନେଶ୍ୱରର ଉପ-ମହାନିରୀକ୍ଷକ ବେଣୁଧର ନାୟକ ଏବଂ ହିମବୀର ୱାଇଫ୍ସ ୱେଲଫେୟାର ଆସୋସିଏସନ (HAWA)ର ଚିଫ୍ ଏକ୍ଜିକ୍ୟୁଟିଭ୍ ଗିରିଜା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଓ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ପିଲାମାନଙ୍କ ପାଇଁ ଜିଲାପି ଦୌଡ଼, HAWA ସଦସ୍ୟାମାନଙ୍କ ପାଇଁ ବେଲନ୍ ଥ୍ରୋ, ମ୍ୟୁଜିକାଲ୍ ଚେୟାର ଏବଂ ମହିଳାମାନଙ୍କ ପାଇଁ ଛୁଞ୍ଚି-ସୂତା ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଏଥିସହ ବିଭିନ୍ନ ପ୍ରକାରର ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା।ସେହିପରି ଯବାନମାନଙ୍କ ପାଇଁ ବସ୍ତା ଦୌଡ଼ ଓ ରସାକସି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବାହିନୀର ଯବାନ, HAWA ସଦସ୍ୟା ଓ ପିଲାମାନେ ଉତ୍ସାହର ସହ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

ପ୍ରତିଷ୍ଠା ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ବାହିନୀର ସଦସ୍ୟ, ପରିବାରବର୍ଗ ଓ ପିଲାମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ଉତ୍ସାହକୁ ଆହୁରି ସୁଦୃଢ଼ କରିଥିଲା।