March 10, 2026

ତରଭା ଗ୍ରାମ ର ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ସମୀକ୍ଷା କଲେ ବିଧାୟକ ।

IMG-20250915-WA0066
Share

    ତରଭା ଗ୍ରାମ ର ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ସମୀକ୍ଷା କଲେ ବିଧାୟକ । ଗୁମ୍ମା – (କୃଷ୍ଣ କୁମାର ବେହେରା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଲିଙ୍ଗା ଗ୍ରାମ ର ରାସ୍ତା ,ପୋଲ, ଓ ପାଇବା ପାଣି ବିଷୟରେ ଗ୍ରାମ ବାସି ଙ୍କ ସହ ଆଲୋଚନା କଲେ ବିଧାୟକ ରୁପେସ ପାଣିଗ୍ରାହୀ , ଏହି ରାସ୍ତା ହେଲେ ପ୍ରାୟ ବାଇଝାଲ, ବାଡ଼ିଡି, ସରକୁନ, ରୁଇସିଂ ମାଡଉଲ ପିନ୍ଦାଉଲ୍, ରିଇଶିଂ, ଓ ବେବେ ଗ୍ରାମ କୁ ସଂଯୋଗ ହୋଇ ପ୍ରାୟ ୧୦ ହଜାର ଲୋକେ ସୁବିଧା ପାଇବା ସହ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯିବାପାଇଁ ସୁବିଧା ହେବବୋଲି ଗ୍ରାମ ବାସି ଜଣାଇଥିଲେ, ତାସହ ସେହି ଗ୍ରାମ କୁ ଏକ ନଳକୁଅ ର ଅବସ୍ୟକଥିବା ନେଇ ଗ୍ରାମ ବାସି ଜଣାଇଥିଲେ ,ବିଧାୟକ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଅତି ଶୀଘ୍ର ଏକ ନଳକୁଅ କୋରିବନେଈ ପ୍ରଶାସନ କୁ ଚିଠି କରି ଏକ ମାସ ମଧ୍ୟରେ ନିଶ୍ଚିତ ଏକ ନଳକୂଅ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବିଧାୟକ , ଦୀର୍ଘ ଦିନ ହେବ ଗ୍ରାମ ମୁଁହ ରେ ଥିବା ପୋଲ ଟି ମଧ୍ୟ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନାମି ମଣ୍ଡଳ, ମସୁଲୁନ ରଇତ ପ୍ରମୁଖ ଉପସ୍ଥିତ ଥିଲେ.