March 10, 2026

ନାରାୟଣପାଟଣା ଠାରେ ଜ଼ିଲ୍ଲା ସ୍ତରୀୟ ଜ଼ିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

IMG-20250915-WA0061
Share

 

 

 

କୋରାପୁଟ ଜ଼ିଲ୍ଲା ନାରାୟଣ ପାଟଣା ପଞ୍ଚାୟତ ସମିତି କାର୍ଯାଳୟ ସଭା ଗୃହ ରେ ଜ଼ିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି. ରାସ୍ତା ଘାଟ ଉନ୍ନତି. ବିଦ୍ୟୁତ ସଂଯୋଗ. ପାନୀୟ ଜଳ ଯୋଗାଣ ସମେତ ବିଭିନ୍ନ ସମସ୍ୟା ଇତ୍ୟାଦି ବ୍ୟକ୍ତିଗତ 62ଏବଂ ଗୋଷ୍ଟି ଗତ 15ଗୋଟି ମୋଟ 77ଟି ଅଭିଯୋଗର ଶୁଣାଣି ପ୍ରଶାସନ ପକ୍ଷରୁ ହୋଇଥିବା ଜଣାଯାଇଛି.ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ ଦୋରାଙ୍କ ଉପସ୍ଥିତି ରେ ସିଡିଓ ବେଣୁଧର ସବର ଯୋଗ ଦେଇ ଅଭିଯୋଗ ଗୁଡିକ ର ଶୁଣାଣି କରିଥିଲେ.ଯଥା ଶୀଘ୍ର ତାହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ର ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ.ଜନ ପ୍ରତନିଧି. ବ୍ଲକ କର୍ମଚାରୀ. ଲକ୍ଷ୍ମୀପୁର ଏସଡିପିଓ ଏହି ଶିବିର ରେ ଯୋଗ ଦେଇଥିବାର ଜଣା ଯାଇଛି.ଏହି ଅବସରରେ ମାଆ ଙ୍କ ନାମ ରେ ଗୋଟିଏ ବୃକ୍ଷ ସିଡିଓ ଙ୍କ ଦ୍ୱାରା ରୋପଣ କରାଯାଇଥିଲା. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.