କରପଡା ଗ୍ରାମର ଭାଗବତ ଟୁଙ୍ଗି ଦ୍ୱାରା ଭଵ୍ୟତାର ସହିତ ଭାଗବତ ସପ୍ତାହ ଶୁଭାରମ୍ଭ
ଛତ୍ରପୁର ତା ୧୫/୦୯/୨୦୨୫(ଅରୁଣ କୁମାର ପଣ୍ଡା) ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ପ୍ରଵଚନ ମହା ସମାରୋହରେ ଶୁଭାରମ୍ଭ ହୋଇଜାଇଛି, ଏହା ଏକ ସପ୍ତାହ ଧରି ଚାଲିବ । ଉକ୍ତ କାର୍ଯ୍ୟକ୍ରମ ରେ ଭାଗବତ ଭାସ୍କର ଶ୍ରୀ ଜଗନ୍ନାଥ ପଣ୍ଡା ଶ୍ରଦ୍ଧାଳୁ ମାନଙ୍କୁ ସରଳ ଭାବରେ ଭାଗବତ କଥା ପ୍ରସଙ୍ଗ ବାଖ୍ୟା ପ୍ରବଚନ ମାଧ୍ୟମରେ ପ୍ରସଙ୍ଗିତ କରୁଛନ୍ତି l ଏହି ଭାଗବତ ଶୁଣିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି l ପ୍ରଥମ ଦିନ ମାଁ ରାମଚଣ୍ଡୀ ପୂଜା କମିଟି ସଭାପତି ଶ୍ରୀ ସି ଏଚ ଦୟାନନ୍ଦ ରେଡ୍ଡୀ, ଉପଦେଷ୍ଟା ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରାଯାଇଥିଲା ତାପରେ ଭାଗବତ ଟୁଙ୍ଗୀର ଶ୍ରୀ ଜଗନ୍ନାଥ ନାୟକ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଅଧିକାରୀ ତଥା ପୂଜାକମିଟି ଉପସଭାପତି ଦିବାକର ନାୟକ, ପୂଜାକମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ନାରାୟଣ ଚର୍ତ୍ତୀ,ଗୋବର୍ଧନ ନାୟକ,ରାମ ନାୟକ, ମକୁନ୍ଦ ନାୟକ, ଉତ୍ତମ ନାୟକ, କୁଞ୍ଜ ନାୟକ ଙ୍କ ସହିତ କରପଡା ଗ୍ରାମର ଭାଗବତ ଟୁଙ୍ଗି ର ମୁଖ୍ୟ ପରିଚାଳକ ନିଶାକର ନାୟକ ଙ୍କ ସହିତ ଶତାଧିକ ଭକ୍ତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ସନାତନ ଓ ହିନ୍ଦୁ ପରମ୍ପରା କୁ ବଜାୟ ରଖିବା ସହିତ ଆଧ୍ୟାତ୍ମିକ ଭାବ ଜାଗୃତି କରିବା ପାଇଁ କରପଡା ଗ୍ରାମରେ ପ୍ରତ୍ୟେକ ବର୍ଷ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଏବଂ ଏହା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥାଏ l ଗଞ୍ଜାମ ଥାନା ଓ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ଶାନ୍ତି ଶୃଙ୍ଖଳା ସହିତ ଏହି କାର୍ଯ୍ୟକ୍ରମ ସମାପନ ହୋଇଥାଏ l
