ଜେଲିଓ ଇଭି ଦୁଇ ଚକିଆ ସ୍କୁଟର ସୋରୁମ ଉଦଘାଟିତ
ବାଲେଶ୍ୱର: ଜେଲିଓ ଇଭି ଦୁଇ ଚକିଆ ସ୍କୁଟର ସୋରୁମ ଉଦଘାଟିତ ହୋଇଯାଇଛି। ଆଇଟିଆଇ ଛକ ନିକଟସ୍ଥ ଫକୀର ମୋହନ ନଗର ରୋଡ଼,ଇସାନେଶ୍ୱର ମନ୍ଦିର ସମ୍ମୁଖରେ ଏହି ସୋରୁମ ସୋମବାର ଉଦଘାଟନ ହୋଇଛି। ମୁଖ୍ୟ ଅତିଥି ଭାବେ ଜେଲିଓ ର ଓଡ଼ିଶା ସି ଆଣ୍ଡ ଏଫ ତଥା ମାର୍କେଟିଂ ହେଡ ଜିତେନ୍ଦ୍ର କୁମାର ଦାସ ଯୋଗ ଦେଇ ଫିତା କାଟି ସୋରୁମ ର ଉଦଘାଟନ କରିବା ସହ ଏହାର ସଫଳତା କାମନା କରିଥିଲେ। ବାଲେଶ୍ଵର ବଜାରରେ ଜେଲିଓ ଇଭି ସ୍କୁଟର ଧୁମ ମଚାଇବ ବୋଲି କହିଥିଲେ। ଇଷ୍ଟ ଜୋନ ର ଜୋନାଲ ମ୍ୟାନେଜର ପିନାକୀ ରୟ, ଏରିଆ ସେଲ୍ସ ମ୍ୟାନେଜର ସୁଭମ ପରିଡ଼ା, ବାଲେଶ୍ଵର ଏବଂ ମୟୁରଭଞ୍ଜ ଜିଲ୍ଲାର ଡିଷ୍ଟ୍ରିବୁଟର ଦେବବ୍ରତ ଦାଶ ପ୍ରମୁଖ ଉପସ୍ଥିତ ରହି ଜେଲିଓ ଇଭି ସ୍କୁଟର ଟେକ୍ନୋଲୋଜି ରେ କିପରି ଅନ୍ୟ ସ୍କୁଟର ମାନଙ୍କୁ ଟକ୍କର ଦେଉଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜେଲିଓ ଇଭିର ଅଧିକୃତ ବିକ୍ରେତା ଦାସ ଅଟୋ ର ମୁଖ୍ୟ ରଘୁନାଥ ଦାସ ଅଧ୍ୟକ୍ଷତା କରିଥିଲେ। ଏଠି ଜେଲିଓ ଇଭି ଦୁଇ ଚକିଆ ସ୍କୁଟର ୧୨ଟି ମଡେଲରେ ଉପଲବ୍ଧ ହେବ। ୬୦ ରୁ ଆରମ୍ଭ କରି ୨୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ର ସ୍କୁଟର ର ମଜା ଉଠାଇପାରିବେ ଗ୍ରାହକ। ୪୩୯୦୦ ଟଙ୍କା ରୁ ଆରମ୍ଭ କରି ୧,୨୩,୯୦୦ ଟଙ୍କା ପର୍ଯ୍ୟନ୍ତ ମୁଲ୍ୟ ରେ ସ୍କୁଟର ଏଠାରେ ଉପଲବ୍ଧ ଥିବା ବେଳେ ଗୋଟିଏ ମଡେଲ ଉପରେ ୧୦ହଜାର ଟଙ୍କା ସରକାରୀ subsidy ର ମଧ୍ୟ ବ୍ୟବସ୍ଥା ରହିଛି। ଏହା ବାଲେଶ୍ଵର ସହର ର ପ୍ରଥମ ସୋରୁମ ହୋଇଥିବା ବେଳେ ଏହା ପୂର୍ବରୁ ରେମୁଣା ରେ ଜେଲିଓ ର ଏକ ସୋରୁମ ରହିଛି। ଜିଲ୍ଲାରେ ଜେଲିଓ ର ଏହା ଷଷ୍ଠ ସୋରୁମ। ଆସନ୍ତା ଦୁର୍ଗା ପୂଜା ଏବଂ ଦଶହରା ଉପଲକ୍ଷେ ସୋରୁମ ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ମିଳୁଛି। ଏହି ପରିପ୍ରେକ୍ଷୀରେ ନୂତନ ଇଭି ସ୍କୁଟର କ୍ରେତାଙ୍କୁ ଚାବି ପ୍ରଦାନ କରାଯାଇ ସ୍କୁଟର ପ୍ରଦାନ କରାଯାଇଥିଲା ।
