March 10, 2026

ଗଜପତି:- ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20250915-WA0000
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମହାସଂଘର ଜିଲ୍ଲା ସଭାପତି ତଥା ବରିଷ୍ଠ ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ କାର୍ଯ୍ୟକ୍ରମରେ ପୌରହିତ୍ୟ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରାଧ୍ୟାପକ ଡ଼ଃ ବିଘ୍ନେଶ୍ୱର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ଵ ଓ ଆବଶ୍ୟକତା , ସାଂପ୍ରତିକ ସ୍ଥିତି ଏବଂ ବୈଜ୍ଞାନିକ ତତ୍ତ୍ଵର ବିଭିନ୍ନ ଦିଗ ଉପରେ କହି ସଂସ୍କୃତର ସୁରକ୍ଷା ନିମନ୍ତେ ଏହାର ପ୍ରଚାର ପ୍ରସାର ଉପରେ ସଂସ୍କୃତ ଶିକ୍ଷକ ମାନଙ୍କ ଗୁରୁଦାୟିତ୍ଵ ସହ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କଲାଭଳି ଶିକ୍ଷାଦାନ ହେବା ଉପରେ ବିଶେଷ ଗୁରୁତ୍ଵ ଦେଇ କହିଥିଲେ ।

ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଂସ୍କୃତ ଶିକ୍ଷାର ମହନୀୟତା ଉପରେ କହିବା ସହ ସଂସ୍କୃତ ଭାଷାର ବୈଜ୍ଞାନିକ ସିଦ୍ଧାନ୍ତ ଓ ତତ୍ତ୍ଵ ବିଷୟରେ ବିଶେଷ ଆଲୋଚନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ରାଜ୍ୟ ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଶ୍ରୀ ରଘୁନାଥ ପାତ୍ର , ପ୍ରାକ୍ତନ ସଂସ୍କୃତ ଅଧ୍ୟାପକ ଶ୍ରୀ ବିଘ୍ନରାଜ ପଣ୍ଡା ଏବଂ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ଶ୍ରୀ କୁମୁଦ ରଞ୍ଜନ ଦାସ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସଂସ୍କୃତର ମହତ୍ତ୍ଵ ଓ ମୂଲ୍ୟବୋଧ ଉପରେ କହି ସଂସ୍କୃତ ଭାଷାର ଉଜ୍ଜୀବିତ ପାଇଁ ଏହାର ପ୍ରଚାର ପ୍ରସାର ସହ ସଂସ୍କୃତ ଶିକ୍ଷକ ମାନଙ୍କ ଗୁରୁଦାୟିତ୍ଵ ଓ ଭୂମିକା ର ବିଭିନ ଦିଗ ଉପରେ କହିଥିଲେ ।

ମହାସଂଘର ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ସଂସ୍କୃତ ଶିକ୍ଷକ ପଣ୍ଡିତ ଶୁଭାଶିଷ ପତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ଶ୍ରୀ ପରମେଶ୍ୱର ନାୟକ ସଂସ୍କୃତ ଶିକ୍ଷକ ଗୌରୀ ଶଙ୍କର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

ଶେଷରେ ଶ୍ରୀ ମନୋଜ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି ଅବସରରେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–