March 10, 2026

କଳାପାଣି ଶ୍ରୀଅରବିନ୍ଦ ସ୍କୁଲରେ ସ୍ବାଧିନତା ଦିବସ 

IMG-20250815-WA0043
Share

 

 

ବରଗଡ (ସୁରେନ୍ଦ୍ର କଠାର)

 

ଦିବ୍ୟ ଜୀବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କଳା ପାଣି ଠାରେ ୭୯ତମ ସ୍ବାଧୀନତା ଦିବସ ଓ ୧୫୩ ତମ ଶ୍ରୀ ଅରବିନ୍ଦ’ଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି।

ଶିକ୍ଷା କେନ୍ଦ୍ରର ସଭାପତି ଶୁଶିଲ କୁମାର ଦାଶ ଜାତୀୟ ପତାକା ଓ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ମିଶ୍ର ଓ ପ୍ରମୋଦ ଦାସ ଦିବସ ଟିର ତାତ୍ପର୍ଯ୍ୟ ବିଷୟରେ ଛାତ୍ର ଛାତ୍ରୀ ‌ମାନଙ୍କୁ ଉଦବୋଧନ ଦେଇଥିଲେ।

ଏହି ଅବସରରେ ଛାତ୍ର ଛାତ୍ରୀ ‌ମାନଙ୍କ ପ୍ଯାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଛୁଆଁ ହୋଇପାରିଥିଲା।

ଉକ୍ତ ଦିନ ସଞ୍ଜୁ ବତୀ ସାହୁଙ୍କ ପରିଚାଳନା ରେ ଏକ ପାଠଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ବିନୟ ଭାଇ, ସୁମନ୍ତ ଭାଇ, ରମେଶ ଭାଇ,ନୀଳ ଭାଇ, ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ମହାପାତ୍ର, ରଶ୍ମି ଭାଇ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।