November 15, 2024

୭୮ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ 

Share

 

ଭଂଜନଗର ବେଲଗୁଣ୍ଠା, ୧୫ ଅଗଷ୍ଟ: ଆଜି ସାରା ଭାରତ ପାଳନ କରୁଅଛି ତାହାର ୭୮ ତମ ସ୍ଵାଧୀନତା ଦିବସ ବା ସ୍ଵାତନ୍ତ୍ରତା ଦିବସ। ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଚଳଚଞ୍ଚଳ ଓ କୋଳାହଳ ମୟ ପରିବେଶ। ଆଜିର ଦିନରେ ଆମ ଦେଶ ଭାରତ ଫିରିଙ୍ଗି ଶାସନ କବଳରୁ ମୁକ୍ତିଲାଭ କରି ପୂର୍ଣ ସ୍ଵାଧୀନତା ଲାଭ କରିଥିଲା। ଆମ ଦେଶର ମହାମାନବ ମାନଙ୍କ ନିରନ୍ତର ଉଦ୍ୟମ ଓ ପ୍ରଚେଷ୍ଟା ଫଳରେ

ବ୍ରିଟିଶ ମାନଙ୍କ କ୍ରୁର , ନିଷ୍ଠୁର ଶାସନ କବଳରୁ ମୁକ୍ତିଲାଭ କରି ଭାରତୀୟ ମାନେ ନିଜେ ନିଜକୁ ଶାସନ କରିଥିଲେ ଅଗଷ୍ଟ ମାସ ୧୫ ତାରିଖରେ। ସେହି ଦିନଠାରୁ ପ୍ରତିବର୍ଷ ଭାରତର ପ୍ରତି କୋଣ ଅନୁକୋଣ ରେ ସରକାରୀ, ବେସରକାରୀ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ବାରା ପାଳନ କରାଯାଉଅଛି ସ୍ଵାଧୀନତା ଦିବସ। ଏହି ଜାତୀୟ ଉତ୍ସବକୁ ମହାଆଡମ୍ବରରେ, ଆନଂଦ ଓ ଉତ୍କଣ୍ଠା ର ସହ ପ୍ରତ୍ୟେକ ଭାରତୀୟ ପାଳନ କରିଥାନ୍ତି । ପ୍ରତ୍ୟେକ ନାଗରିକ ନିଜ ନିଜର ଗାଡି, ଘରର ଛାତ ଏବଂ ସମସ୍ତ ଅଫିସ ମାନଙ୍କରେ ଭାରତର ସମ୍ମାନ ଓ ଆତ୍ମଗୌରବର ପ୍ରତୀକ ଜାତୀୟ ପତାକା ବା ତ୍ରିରଙ୍ଗା ପତାକା କୁ ଉଡାଇ ଥାନ୍ତି ଏବଂ ବିଭିନ୍ନ ପ୍ରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିସ୍କୁଟ, ଚକୋଲେଟ, ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରିଥାନ୍ତି

ଏହି ପରିପ୍ରେକ୍ଷୀରେ ଆଜି ନେଟଙ୍ଗା ଗ୍ରାମରେ ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ନେଟଙ୍ଗା ସବୁଜ ବାହିନୀ ଓ ନେଟଙ୍ଗା ଚକରା ବିଷୋୟୀ କ୍ଳବ୍ ସଦସ୍ୟ ମାନଙ୍କ ମିଳିତ ସହଯୋଗରେ ନେଟଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ଜାତୀୟ ସଂଗୀତ ଗାନ ସହ “ମା ପାଇଁ ଗଛଟିଏ” ଓ “ଗାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଆଧାରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ନେଟଙ୍ଗା ସବୁଜ ବାହିନୀ ର ସମସ୍ତ ସଦସ୍ୟ, ପୂର୍ବତନ ସରପଂଚ ପ୍ରହଲ୍ଲାଦ ଲେଙ୍କା, ନେଟଙ୍ଗା ଚକରା ବିଷୋୟୀ କ୍ଳବ୍ ସଂପାଦକ ଶ୍ରୀ ରାଜେନ୍ଦ୍ର ଲେଙ୍କା, କ୍ଳବର ସମସ୍ତ ସଦସ୍ୟ, ଗ୍ରାମବାସି, ନେଟଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏବଂ ଆଳୀୟ ଖଣ୍ଡାୟତ ସମାଜ ର କର୍ମକର୍ତ୍ତା ଗଣ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।

ସେହିପରି ଆଜି ନେଟଙ୍ଗା ଗ୍ରାମ ପଞ୍ଚାୟତର ରତ୍ନପୁର ଗ୍ରାମରେ ମଧ୍ୟ ପ୍ରକୃତି ବନ୍ଧୁ ଏବଂ ପ୍ରକୃତି ମିତ୍ର ସମ୍ମାନୀତ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଆହ୍ଵାନ ଓ ପ୍ରେରଣା ରେ ତଥା ରତ୍ନପୁର ସବୁଜ ବାହିନୀର ସଦସ୍ୟ ଅନ୍ତର୍ଯ୍ୟାମୀ ବେହେରା ଙ୍କ ଉଦ୍ୟମରେ ବ୍ୟାପକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରତ୍ନପୁର ସବୁଜ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜ ନିଜର “ମା ପାଇଁ ଗଛଟିଏ” ଓ “ଗାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଜରିଆରେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ରତ୍ନପୁର ସବୁଜ ବାହିନୀର ସମସ୍ତ ସଦସ୍ୟ ଯଥା ଅନ୍ତର୍ଯ୍ୟାମୀ ବେହେରା,ରାଜୁ ବାରିକ, ଚିନ୍ତାମଣି ବେହେରା,ଶିବ ମହାପାତ୍ର,ଭିକାରୀ ନାୟକ,ଶିବ ଗୌଡ଼,ଗୋପାଳ ସାହୁ, ଦୀପକ ସାହୁ,ଶିବ ବେହେରା, ଭିକାରୀ ସାହୁ, କହ୍ନେଇ ବେହେରା,ସଂଗ୍ରାମ ପାତ୍ର, ପରମାନନ୍ଦ ସାହୁ, ସଂଜୟ ପାତ୍ର, ସଂଗ୍ରାମ ନାୟକ ଚିନ୍ମୟ ସେଠୀ, କାର୍ତ୍ତିକ ସେଠୀ, ହିମାଂଶୁ ସେଠୀ, ବସନ୍ତ ସେନା, ଅନନ୍ତ ବେହେରା, ସ୍କୁଲ ଛାତ୍ରମାନେ ଏବଂ ରତ୍ନପୁର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ