March 7, 2026

ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଭେଟିଲେ ହୁମା ପ୍ରତିନିଧି ଦଳ 

IMG-20250715-WA0069
Share

 

 

ଗଞ୍ଜାମ=ପ୍ରଦିପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାପଞ୍ଚାୟତ ପାର୍ଶ୍ଵରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ହୁମା ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ l ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରଟି ଜାତୟ ରାଜପଥ ପାର୍ଶ୍ଵରେ ଥିବା ହେତୁ ଦୈନିକ ଶହ ଶହ ରୋଗୀ ପ୍ରାଥମିକ ଚିକିତ୍ସା ନିମନ୍ତେ ଏଠାକୁ ଆସିଥାନ୍ତି l ଏଣୁ ଏହି ପ୍ରାଥମିକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରିବା ପାଇଁ ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଦାବି ଜଣାଇଛନ୍ତି l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗଞ୍ଜାମ ବ୍ଲକର ବୋରିଗାଁ, କଳlଯମୁନା, ଲୁଂଘୁରି, ସାତୁଲୀ, କୁଜିଢେପା ସୁବଳୟା, ଝାରେଡି ରାଧା ଗୋବିନ୍ଦ ପୁର, ପ୍ରୟାଗି, ପାଲୁରୁ, ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ସହିତ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକର କିଛି ପଞ୍ଚାୟତ ପ୍ରମୁଖ ନିର୍ଭର କରିଥାନ୍ତି l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର 25 କିମି, ଛତ୍ରପୁର ମେଡିକାଲ 20 କିମି ଏବଂ ଖଣ୍ଡଦେଉଳୀ ମେଡିକାଲ 15 କିଲୋମିଟରରେ ଦୂରରେ ଅବସ୍ଥିତ l ତେଣୁ ଏଠାରେ ଗୋଟିଏ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ପତ୍ରରେ ଉଲେଖ ରହିଛି l ମନ୍ତ୍ରୀଙ୍କୁ ଭେଟିବା ବେଳେ ସମିତି ମେମ୍ବର ଧ୍ରୁବ ଚରଣ ପଲାଇ,ପୂର୍ବତନ ବ୍ଲକ ଅଧକ୍ଷ ତଥା ଆତ୍ମା ଚେୟାରମ୍ୟାନ ରଘୁନାଥ ସାହୁ,ରଙ୍କନାଥ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ l