ରାଜ୍ୟ ସରକାର ଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ଏକ୍ସ ର ଭୂମିକା
ରାଜ୍ୟ ସରକାର ଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ଏକ୍ସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ :- ଏଟିଏ ( ମୁଖ୍ୟମନ୍ତ୍ରୀ ଙ୍କ ସହିତ ଖୁବ ଶୀଘ୍ର ଆଲୋଚନା କରିବେ ଏଟିଏ ଗ୍ରୁପ ର ସଦସ୍ୟାବୃନ୍ଦ ) (ଟ୍ୱଇଟର ତଥା ଏକ୍ସ କୁ ସରକାରଙ୍କ ପ୍ରତ୍ୟେକ ବିଭାଗ ପ୍ରାଥମିକତା ଦେବାକୁ ଏଟିଏ ର ଦାବୀ )

ଗୋପ :- 15/07/2015 ( ) ରାଜ୍ୟରେ ନୂତନ ସରକାର ଙ୍କ ସହାୟକ ହେବାକୁ ଯାଉଛନ୍ତି ଏଟିଏ ଗ୍ରୁପ l ଯଥାବିଧି ସମ୍ମାନ ସହ ରାଜ୍ୟ ଭିତ୍ତିକ ସଙ୍ଗଠନ “ଏଟିଏ ” (ଆସୋସିଏସନ୍ ଅଫ ଟୁଇଟର ଏକ୍ଟିଭିଷ୍ଟ୍ ) l ଉକ୍ତ ସଂଗଠନ ର ସଦସ୍ୟ/ସଦସ୍ୟାମାନେ ଏକ ଗୁରୁତ୍ତ୍ଵପୂର୍ଣ୍ଣ ପ୍ରସଙ୍ଗ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରିବେ ଯାଉଛନ୍ତି l ଏହାର ରାଜ୍ୟର ନେତୃତ୍ୱବୃନ୍ଦ ପ୍ରମୁଖ ଓ ସମସ୍ତ ଜିଲ୍ଲାର ପ୍ରମୁଖମାନଙ୍କ ଦ୍ଵାରା ଏକ କମିଟି ଶ୍ରୀଯୁକ୍ତ ମାଝି ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛନ୍ତି । ସମୟର ଆହ୍ବାନକୁ ସ୍ବୀକାର କରି ଆବଶ୍ୟକ ପରିବର୍ତ୍ତନ ଆଣିବା ହେଉଛି ବଞ୍ଚିବା ଓ ପ୍ରଗତୀର ମୂଳମନ୍ତ୍ର ଯାହା ଆମ ବର୍ତ୍ତମାନ ସରକାରଙ୍କ ନୀତି । ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାରେ ଖୁବ୍ ସହଜ ଏବଂ ଉପଯୋଗୀ ମାଧ୍ଯମ ହେଉଛି ‘ ଟ୍ଵିଟର ‘ କିମ୍ବା ‘ ଏକ୍ସ ‘ ପରି ପ୍ଲାଟଫର୍ମ । ଏହା ସରକାର ମଧ୍ୟ ସ୍ବୀକାର କରିବେ ଯେ, ବାଲେଶ୍ବର ଛାତ୍ରୀଙ୍କୁ ଏଭଳି ଚରମ ପରିଣାମ ଭୋଗିବାକୁ ପଡ଼ି ନଥାନ୍ତା ଯଦି ସେଦିନ ଟ୍ୱଇଟର ବା ଏକ୍ସ ଜରିଆରେ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ଉପରେ ଅଗ୍ରୀମ ଦୃଷ୍ଟି କିମ୍ବା ଅନୁସନ୍ଧାନ ହୋଇପାରିଥାନ୍ତା ।
କିଛି ବର୍ଷର ଉଦ୍ୟମରେ ଆମେ ( ଏଟିଏ ) ର ସାଥୀମାନେ ଟ୍ଵିଟର ଜରିଆରେ ସରକାରଙ୍କ ଅନ୍ୟତମ ସହଯୋଗୀ ଭାବରେ ସରକାର ତଥା ବିଭିନ୍ନ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ହଜାର ହଜାର ସମସ୍ୟା ସମାଧାନ କରିବାରେ ସହାୟକ ହୋଇଛୁ । ଏଥିପାଇଁ ଆମ ସଂଗଠନ ର ସଦସ୍ୟ ସଦସ୍ୟା ମାନେ ଓଡିଶା 315 ବ୍ଲକ ରେ କାର୍ଯ୍ୟରତ ତାହା ପୁଣି ନିଶୁକ୍ଳ ଭାବେ ସାଧାରଣ ଜନତା ଙ୍କ ଠାରୁ ସାମୁହିକ ସମସ୍ୟା କ୍ଷେତ୍ରରେ ଅଗ୍ରସର ଅଛନ୍ତି l ଏସବୁର ଶ୍ରେୟ ସରକାର ଙ୍କ ପ୍ରତି ନିଶ୍ଚୟ ଯାଉଛି ଏବଂ ଆମେ ମଧ୍ୟ ପ୍ରଶଂସିତ ହୋଇପାରିଛୁ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଅନେକ ବିଭାଗୀୟ ଅଧୂକାରୀ ଟ୍ଵିଟରକୁ ଅତି ବେପରୁଆ ଭାବେ ଗ୍ରହଣ କରି ଆସୁଛନ୍ତି ଏବଂ ଆମର ସୂଚନା ସତ୍ତ୍ୱେ ଲୋକଙ୍କ ସମସ୍ୟା ପ୍ରତି ଯତ୍ନଶୀଳ ହେଉନାହାନ୍ତି। ଏପରିକି ବିଭାଗୀୟ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶକୁ ମଧ୍ୟ ସେମାନେ ତିଳେ ମାତ୍ର ଖାତିର କରୁନାହାନ୍ତି । ଯାହାର କୁଫଳ ଉଭୟ ଜନସାଧାରଣ ଓ ସରକାରଙ୍କୁ ଭୋଗିବାକୁ ପଡୁଛି।ଏଥିରେ ଆମର ପ୍ରମୁଖ ଭୂମିକା ରହୁଛି ଶାସକ ଓ ଶାସିତ ଙ୍କ ମଧ୍ୟରେ ଏକ ସେତୁ ପରି କାର୍ଯ୍ୟ କରିଥାଉ l ମାନ୍ୟବର ଯଶଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ଡିଜିଟାଲ ଭାରତ ରେ ଏଵେ ଟ୍ୱଇଟର ହି ପ୍ରମୁଖ ଭୂମିକା ଗ୍ରହଣ କରୁଅଛି l
ସ୍ବଚ୍ଛ ତଥା ତ୍ବରିତ ଶାସନ ତନ୍ତ୍ର ପାଇଁ ଟୁଇଟର ଏବଂ ଏକ୍ସ ପରି ପ୍ଲାଟଫର୍ମକୁ ଯେପରି ଅଗ୍ରାଧିକାର ଦିଆଯାଇ ପାରିବ ଏହି ସମ୍ବନ୍ଧୀୟ ଏକ ଆଲୋଚନା ଏବଂ କିଛି ଦାବୀ ଉପସ୍ଥାପନ ପାଇଁ ଟିମ୍ ଏଟିଏ ର ପ୍ରିତିନିଧୂ ଦଳ ମହାମାନ୍ୟ ରାଜ୍ୟମୁଖ୍ୟଙ୍କ ମୂଲ୍ୟବାନ ସମୟରୁ ସ୍ବଳ୍ପ ସମୟର ସାକ୍ଷାତକାର ପାଇଁ ଅନୁମତି ମିଳିଲେ ପାଇଁ ‘ଏଟିଏ ‘ ର ସଦସ୍ୟ/ ସଦସ୍ୟIମାନେ ଟ୍ୱଇଟର ବା ଏକ୍ସ ମଧ୍ୟରେ ଅବଗତ କରାଇଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
