ଆଜିର ଖବର..
ଆଜି ଆଉଏକ ଲଘୁଚାପ। ଉତ୍ତର ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ୧୮ ତାରିଖ ଯାଏଁ ବର୍ଷା ହେବ
ଶ୍ରାବଣ ମାସ ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କୁ ଜଳ ଲାଗି କଲେ ୩ ହଜାର ଭକ୍ତ।
କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୨୪ ଘଣ୍ଟାର ଅବଧି ଦେଲେ ସରକାର।
ପ୍ରଶାସନିକ ଦକ୍ଷତା ବୃଦ୍ଧିପାଇଁ ନିର୍ଦ୍ଦେଶନାମା ଜାରି, ଏଣିକି ତିନି ସ୍ତରରେ ଯିବ ଫାଇଲ, ଅଧିକାରୀଙ୍କୁ ମିଳିବ ସମାନୁପାତିକ ଦାୟିତ୍ୱ।
ଆମ ଖବର ସତ ହେଲା। ବାଲେଶ୍ଵର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ଲୁଚା ହୋଇଥିଲା। ରାଷ୍ଟ୍ରପତିଙ୍କ ଏମସ ଗସ୍ତ ପରେ ଆନୁଷ୍ଠାନିକ ଭାବେ ଘୋଷଣା କରାଗଲା
ରାଜ୍ୟ ସରକାର ଆଣିବେ ନୂଆ ୪୨୦ଟି ୧୦୮ ଆମ୍ବୁଲାନ୍ସ। ବର୍ତମାନ ୮୬୦ଟି ଆମ୍ବୁଲାନ୍ସ କାମ କରୁଛି।
ଇଣ୍ଡିଆନ ଅଏଲର ଧର୍ମଶାଳା ଡଙ୍କାରୀରେ ପ୍ରସ୍ତାବିତ ୮ ହଜାର କୋଟି ଟଙ୍କାର ତୈଳ ଭଣ୍ଡାରକୁ ଅଟକାଇ, ମାସକୁ ଲୁଟ୍ ହେଉଛି ୧୫ ଲକ୍ଷ ଟନ୍ କଳାପଥର
ଭୁବନେଶ୍ୱରରେ ବିଡିଏ ଦ୍ୱାରା ହୋଇଥିବା ‘ଆମ ବଜାର’ ବଣ୍ଟା ନହୋଇ ତାଲା ଝୁଲୁଛି। ରାତିରେ ଚାଲୁଛି ଅସାମାଜିକ କାର୍ଯ୍ୟକଳାପ।
ରାଜଧାନୀରେ ନୋ ଭେଣ୍ଡିଂ ଜୋନରେ ଖୋଲାଖୋଲି ବସୁଛନ୍ତି ଦୋକାନୀ। ବିଏମ୍ସିର ଏନ୍ଫୋର୍ସମେଣ୍ଟ ଟିମ୍ ସ୍ଥାଣୁ, ଅଚଳ।
ଗୁପ୍ତେଶ୍ୱରରେ ୧୨ ହଜାରରୁ ଊର୍ଦ୍ଧ୍ବ କାଉଡ଼ିଆ। ମହିଳାଙ୍କ ପାଇଁ ବ୍ୟବସ୍ଥା ନାହିଁ, ପାର୍କିଂ ସ୍ଥଳରେ ବି ଅବ୍ୟବସ୍ଥା
ପୁଣି ଆନ୍ଦୋଳନରେ ସୁନ୍ଦରଗଡ ଆଲୁପଡ଼ା- ବୋରୋବଗା ବାସିନ୍ଦା, ଏନଟିପିସି ପାୱାର ପ୍ଲାଣ୍ଟ ବନ୍ଦ
ଗଞ୍ଜାମ ଜିଲ୍ଲା ତୁରୁବୁଡି ପଂଚାୟତରେ ବାହା ହେବାକୁ ପୁଅ ମନା କଲା ବୋଲି ଆତ୍ମହତ୍ୟା କଲେ ବାପା, ମାଆ।
ରାଉରକେଲା ଓ ଆଖପାଖ ଅଞ୍ଚଳରେ କୃତ୍ରିମ ବନ୍ୟା l ବିଶ୍ରା ଛକ, ସିଆଇଏସଏଫ ଡିସ୍ପେନ୍ସରି ଭିତରେ ବର୍ଷା ପାଣି ଲହଡ଼ି ମାରୁଛି
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡା ତିନି ଛକ ଠାରେ ଦୁର୍ଘଟଣା, ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ।
ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଶୋଇବା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଫଳ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଘଟଣ, ମେଡିକାଲ ଛାତରୁ ଡେଇଁ ରୋଗୀ ଗୁରୁତର।
ପୁଣି ଯମ ସାଜିଲା ଆମ ବସ। ଭୁବନେଶ୍ୱର ବାରଙ୍ଗରେ ବାଇକ ଚାଳକଙ୍କୁ ଚାପିଦେଲା, ଘଟଣାସ୍ଥଳରେ ଯୁବକ ମୃତ।ଉତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କଲେ।
ତାମିଲନାଡୁ ରାଜ୍ୟ ଡିଣ୍ଡିଗଲ ସହରରେ ନବରଙ୍ଗପୁର ଜିଲ୍ଲା ଝରିଗାଁର ଦାଦନ ଶ୍ରମିକ ଦୁର୍ଘଟଣାରେ ମୃତ।
ମୟୁରଭଞ୍ଜ ବୈଶିଙ୍ଗାରେ ଜଳାଶୟରୁ ନିଖୋଜ ଚାଷୀଙ୍କ ମୃତଦେହ ଉଦ୍ଧାର। ଧାନକ୍ଷେତରେ ସାର ସିଞ୍ଚନ କରିବା ପରେ ଘରକୁ ଫେରି ନଥିଲେ।
ସ୍ୱର୍ଣ୍ଣ ମନ୍ଦିରକୁ ବୋମାମାରି ଉଡ଼ାଇ ଦେବାକୁ ଧମକ, ଇ ମେଲ ପାଇବା ପରେ, ଅମୃତସରରେ ଉତ୍ତେଜକ ପରିସ୍ଥିତି
ନକଲି ଓ ନିମ୍ନମାନର ସାର ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଚିଠି।
ସ୍ପେସ ଷ୍ଟେସନରୁ ଶୁଭାଂଶୁ ଶୁକ୍ଳାଙ୍କ ଯାତ୍ରା ଆରମ୍ଭ। ୨୨ ଘଣ୍ଟା ଯାତ୍ରା ପରେ ଅକ୍ସିଅମ-୪ ସ୍ପେସ୍ କ୍ରାପ୍ଟ ଆଜି ଅପରାହ୍ନ ୩ଟାରେ କାଲିଫର୍ଣ୍ଣିଆ ଉପକୂଳରେ ପହଁଚିବ।
ଲର୍ଡ୍ସ କ୍ରିକେଟ ଟେଷ୍ଟରେ ହାରିଗଲା ଟିମ୍ ଇଣ୍ଡିଆ
କାନାଡାରେ ରଥଯାତ୍ରା ବେଳେ ଭକ୍ତଙ୍କ ଉପରେ ଫିଙ୍ଗା ଗଲା ଅଣ୍ଡା, ଭାରତ ସରକାରଙ୍କ କଡ଼ା ଆପତ୍ତି।
ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ
ଆଜି ଜନ୍ମଦିନ: କେ କାମରାଜ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଖଗପତି ପ୍ରଧାନୀ (ପୂର୍ବ ସାଂସଦ)
ଇତିହାସରେ ଆଜି: (୧୮୧୫) ୱାଟରଲୁ ଯୁଦ୍ଧରେ ନେପୋଲିୟନଙ୍କ ଆତ୍ମସମର୍ପଣ, (୧୯୫୫) ନେହେରୁଙ୍କୁ ଭାରତରତ୍ନ, (୧୯୧୫) ବୋଇଙ୍ଗ କମ୍ପାନୀ ଆରମ୍ଭ, (୧୯୭୯) ମୋରାରଜୀ ଦେଶାଇଙ୍କ ଇସ୍ତଫା, (୧୦୯୯) ଖ୍ରୀଷ୍ଟିଆନ ସୈନ୍ୟଙ୍କ ଜେରୁଜେଲମ ଅକ୍ତିଆର
=======================
🌱 *ଗଛଟିଏ ଲଗାନ୍ତୁ*🌱
*ବନ୍ଦେ ଉତ୍କଳ ଜନନୀ*
