March 8, 2026

ସ୍କୁଲ ରେ ଶିକ୍ଷକ ଅଭାବ, ତାଲା ପକାଇଲେ ଅଭିଭାବକ

IMG-20250715-WA0004
Share

 

 

 

ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବିଞ୍ଚଣା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା। ଶିକ୍ଷକ ଅଭାବ ଥିବାରୁ ଗେଟ ରେ ପକାଇ ଧାରଣା ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ।ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲା ଅଧ୍ୟୟନ କରୁଛନ୍ତି। 90 ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ପାଞ୍ଚ ଜଣ ଶିକ୍ଷକ ନିଯୁକ୍ତି ହୋଇଥିଲେ ସେଥିମଧ୍ୟରୁ ଦୁଇଜଣ ଶିକ୍ଷକଙ୍କ ବଦଳି ହୋଇଯାଇଥିବା ବେଳେ ଏବେ ମାତ୍ର ତିନି ଜଣ ଶିକ୍ଷକ ରହିଛନ୍ତି।କିଛି ଦିନ ହେଲା ପ୍ରଧାନ ଶିକ୍ଷୟତ୍ରୀ ଛୁଟି ରେ ଯାଇଥିବାରୁ ଦୁଇ ଜଣ ଶିକ୍ଷକ ରେ ପାଠ ପଢା ସମ୍ଭବ ହେଉନାହିଁ।ଯାହାକୁ ବାରମ୍ବାର ଅଭିଭାବକ ଶିକ୍ଷକ ନିଯୁକ୍ତି ଦାବି କରି ଆସୁଥିଲେ। ହେଲେ ବ୍ଲକ ଶିକ୍ଷା ଅଧିକାରୀ ସମସ୍ୟାର ସମାଧାନ ନ କରିବାରୁ ଆଜି ବାଧ୍ୟ ବିଦ୍ୟାଳୟରେ ତାଲା ପକାଇଲେ। ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଦ୍ୟାଳୟରେ ପହଞ୍ଚି ଅଭିଭାବକ ସହ ଆଲୋଚନା କରି ଦଶ ଦିନ ଭିତରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣାରୁ ହଟିଥିଲେ ଛାତ୍ର ଛାତ୍ରୀ

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ