June 24, 2026

ବୋଲଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ର ବିକାଶ ମୂଳକ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ୫ଦଫା ଦାବିପତ୍ର ପ୍ରଦାନ। 

IMG-20240715-WA0043
Share

 

 

ବୋଲଗଡ଼,(ଉପାନ୍ତ ଖବର):ରାଜ୍ୟ କାର୍ଯ୍ୟାଳୟ ରେ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ କୁମାର ମହାଲିଙ୍ଗ ଓ ସାଂସଦ ମହାଶୟ ଡକ୍ଟର ଶ୍ରୀ ରବି ନାରାୟଣ ବେହେରାଙ୍କ ଉପସ୍ଥିତି ରେ ରାଜ୍ୟ କୋଷାଧ୍ୟକ୍ଷ କୃଷକ ମୋର୍ଚ୍ଚାର ବିଶ୍ୱଜିତ ସ୍ୱାଇଁ ସାକ୍ଷାତ୍ କରି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ସ୍ଥାନୀୟ ବୋଲଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନୂତନ ଗୃହର ଉଦଘାଟନ,ହସ୍ପିଟାଲରେ ଆହାର କେନ୍ଦ୍ର ଚାଲୁକରିବା, ମେଡିସିନ ଏବଂ ଗାଇନିଙ୍ଗ ଡାକ୍ତର ନିଯୁକ୍ତି କରିବା,ସ୍ଥାଇ ଆମ୍ବୁଲାନ୍ସ ବ୍ୟବସ୍ଥା, ଷ୍ଟାପ ନର୍ସଙ୍କ ପାଇଁ ନୂତନ ଗୃହ ନିର୍ମାଣ ଏବଂ ଚବିଷି ଘଣ୍ଟିଆ ଆସୁ ଚିକିତ୍ସା ପାଇଁ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବା ସହିତ ସମସ୍ୟା ସମାଧାନ ପାଇଁ ଶ୍ରୀଯୁକ୍ତ ସ୍ୱାଇଁ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗ ନିଜେ ବୋଲଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ କରିବା ସହିତ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed