October 5, 2024

ୟୁଚି କରାଟେ ଏବଂ କୁବୁଡୋ ସ୍କୁଲ ରେ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ..

Share


ଜଗତସିଂହପୁର ନବକୃଷ୍ଣଚୌଧୁରୀ ଷ୍ଟାଡିୟମ ପରିସରରେ ଜଗତସିଂହପୁର ୟୁଚି କରାଟୋ ଏବଂ କୁବୁଡୋ ସ୍କୁଲ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମାଜସେବୀ, ଶିକ୍ଷାବିତ ଅଶୋକ କୁମାର ବେହେରା ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ବିଧାୟକ ଅମରେନ୍ଦ୍ର ଦାଶ | ମୁଖ୍ୟ ବକ୍ତା ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟା କିରଣବାଲା ସାସମଲ | ସଂମ୍ମାନିତ ଅତିଥିଭାବେ ନରେନ୍ଦ୍ର କୁମାର ବେହେରା | ମଳୟ କୁମାର ଷଡ଼ଙ୍ଗୀ | ସୁବାସିନୀ ବେହେରା ପ୍ରମୁଖ ଯୋଗଦେଇଥିଲେ |ପ୍ରାରମ୍ଭ ରେ ୟୁଚି କରାଟୋ ଏବଂ ଟୂବୁଡୋ ସ୍କୁଲ ର ଛାତ୍ର ଛାତ୍ରୀ / ଅଭିଭାବକ ମାନଙ୍କ ଦ୍ଵାରା ବିଧାୟକ ଙ୍କୁ ପୁଷ୍ପଗୁଛ, ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଶିକ୍ଷାବିତ ଅଶୋକ କୁମାର ବେହେରା ୟୁଚି କରଟୋ ଏବଂ ଟୂବୁଡୋ ସ୍କୁଲ ର ଭବିଷ୍ୟତ ଉତ୍ତରପିଢ଼ି ଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କ ରେ ବିଧାୟକ ଙ୍କୁ ଅବଗତ କଲା ପରେ ବିଧାୟକ ଶ୍ରୀଦାଶ ସ୍କୁଲ ର ଅଗ୍ରଗତି ନିମନ୍ତେ ସରକାରୀ ଏବଂ ବେସରକାରୀ ସ୍ତରରେ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )