October 5, 2024
Share

 

ଦୀର୍ଘଦିନ ପରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଶ୍ରୀମନ୍ଦିରରେ ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର l ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ସବୁଠିକ ଥିବାର ଦେଖିବାକୁ ମିଳିଥିଲା l ଏହାକୁ ସୁରକ୍ଷିତରେ ରଖିବାପାଇଁ ଭିଡିଓଗ୍ରାଫି କରାଯାଇ ପୂର୍ବରୁ ନିର୍ଧାରିତ ହୋଇଥିବା ଚାଙ୍ଗଡ଼ା ଘର ଓ ଖଟପୂଜା ଘରେ ରଖାଯାଇ ତାଲା ପକାଯାଇ ତିନିଜଣଙ୍କ ନିକଟରେ ଚାବି ରହିଥିଲା l ପରେପରେ ଜଷ୍ଟିସ ବିଶ୍ୱନାଥ ରଥ ଓ ପି କେ ମହାନ୍ତି ଙ୍କ ଉପସ୍ଥିତି ରେ ଏଗାର ଜଣିଆ କମିଟି ଭିତର ଭଣ୍ଡାରଘର ଖୋଲିବା ପାଇଁ ନିଷ୍ପତି ନେଇଥିଲେ l ଜିଲ୍ଲାପାଳ ଯେଉଁ ଚାବି ଦେଇଥିଲେ ସେହି ଚାବିରେ ତିନୋଟି ତାଲାରୁ ଗୋଟିଏବି ଖୋଲିନଥିଲା l ପରେ ଏଗାର ଜଣିଆ କମିଟି ମୁଖ୍ୟ ପ୍ରଶାସକ, କମିଟି ଅଧକ୍ଷ, ଦେଉଳ କରଣ, ବଢ଼େଇ କରଣ, ଭଣ୍ଡାର ବିକାଶ, ଜିଲ୍ଲାପାଳ, ଦୁର୍ଗାଚରଣ ଦାସମହାପାତ୍ର, ଦନାର୍ଦନ ପାଟଯୋଶୀ ମହାପାତ୍ର, ଗଜପତିଙ୍କ ପ୍ରତିନିଧି ଓ ASI ପ୍ରତିନିଧିଙ୍କ ଉପସ୍ଥିତି ରେ ସେହି ତିନୋଟି ତାଲାକୁ ଭଂଗାଯାଇଥିଲା l ଭିତର ଭଣ୍ଡାର ରେ ଥିବା ଆଲମାରୀ ସିନ୍ଦୁକ ଠିକରେ ଯାଞ୍ଚ କରାଯାଇଥିଲା ପରେପରେ ଏହାକୁ ତାଲା ପକାଯାଇ ଚାବିକୁ ଟ୍ରେଜେରିରେ ରଖାଯାଇଥିଲା l ବାହୁଡା଼, ସୁନାବେଶ ଓ ନୀଳାଦ୍ରିବିଜେ ପରେ ଦିନ ଧାର୍ଯ୍ୟ କରାଯାଇ ଭିତର ରତ୍ନଭଣ୍ଡାର ଖୋଲାଯିବ l ଆଜିର ଏହି କାର୍ଯ୍ୟ ପାଇଁ ଛଅଟି ସିନ୍ଦୁକ, ଚାଳିଶ ଜଣିଆ ଓଡ୍ରାଫ ଟିମ ଓ ବାରଜଣିଆ ସ୍ନେକ ହେଲ୍ପଲାଇନ ଟିମ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ l ଶ୍ରୀମନ୍ଦିର ଭଣ୍ଡାର ରକ୍ଷକ ଲୋକନାଥ ହୋଇଥିବାରୁ ଲୋକନାଥ ମନ୍ଦିରରୁ ଆଜ୍ଞାମାଳ ଆସିବା ସହିତ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଲୋକନାଥଙ୍କୁ ଦର୍ଶନ କରି ଗୁଣ୍ଡିଚା ମନ୍ଦିରରେ କାଳିଆ ଦର୍ଶନ କରି ରତ୍ନଭଣ୍ଡାର ଖୋଲିବା ପାଇଁ ଗୁହାରି କରିଥିଲେ l ଏସପି ପିନାକ ମିଶ୍ର ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ