October 5, 2024

ରଥଯାତ୍ରାରେ ଶିଶୁ ସୁରକ୍ଷା ବାର୍ତା ବାଣ୍ଟୁଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

Share

 

ସୁରକ୍ଷିତ ରହିବା ଶିଶୁଙ୍କ ଅଧିକାର…. ସୁରକ୍ଷିତ ରଖିବା ଲୋକଙ୍କ ଦାୟିତ୍ୱ.ଏହି ବାର୍ତା ବାଣ୍ଟୁଛି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ.ପଲ୍ଲିଶ୍ରୀ ମେଳାରେ ଖୋଲିଥିବା ସୂଚନା, ଶିକ୍ଷା ଓ ଯୋଗାଯୋଗ ଷ୍ଟଲ ପରିସରରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କତା ରେ ତିଆରି ସାମଗ୍ରୀ କାନଫୁଲ, ବିଞ୍ଚଣା, ଫୁଲତୋଡ଼ା , ଘରର ଆସବାବ ପତ୍ର ଆଦି ପ୍ରଦର୍ଶିତ ହେବା ସହିତ ବିକ୍ରି ହେଉଛି. ଲୋକ ମାନଙ୍କ ମଧ୍ୟରେ ବାଲ୍ୟ ବିବାହ ନିଷେଧ, ପୋଷ୍ୟ ସନ୍ତାନ ଗ୍ରହଣ,ଯୌନ ଶୋଷଣ ରୁ ଶିଶୁଙ୍କ ସୁରକ୍ଷା, ଶିଶୁ ଶ୍ରମ ନିରୋଧ ଆଇନ, ମିଶନ ବାତ୍ସଲ୍ୟ ର ସୁବିଧା ସୁଯୋଗ ତଥା ଅନ୍ୟାନ୍ୟ ଶିଶୁ ସୁରକ୍ଷା ସମ୍ପର୍କିତ ଯୋଜନା ଓ ଆଇନ ସମ୍ବନ୍ଧରେ ବିଭିନ୍ନ ଲିଫଲେଟ, ଆକର୍ଷଣୀୟ ପ୍ଲାକାର୍ଡ ପ୍ରସ୍ତୁତ କରାଯାଇ ଶିଶୁ ମାନଙ୍କ ସୁରକ୍ଷା ର ବାର୍ତ୍ତା ବଣ୍ଟା ଯାଇଥିଲା l ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଖୋଲା ଯାଇଥିବା ଷ୍ଟଲ ଗୁଡିକରେ ଜିଲ୍ଲା ସଂସ୍କୃତି ବିଭାଗ ସହଯୋଗରେ ପାରମ୍ପରିକ ପାଲା ଘୋଡା ନାଚ, ଦାସକାଠିଆ, ଧୁଡୁକି ଏବଂ ସଂକୀର୍ତନ ମାଧ୍ୟମରେ ଶିଶୁ ଅଧିକାର ଆଇନ, ଶିଶୁ ଚାଲାଣ ନିଷେଧ, ବାଲ୍ୟ ବିବାହ ନିଷେଧ, ଶିଶୁ ମାନଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ମନଛୁଆଁ ସଚେତନତା ବାର୍ତା ଦିଆଯାଇଇଛି. ପ୍ରାୟ ୩୫ ଜଣ ସ୍ବେଛାସେବୀ ନିରନ୍ତର କାର୍ଯ୍ୟକରି ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ମାନଙ୍କ ଉଦ୍ଧାର ଓ ଥଇଥାନକୁ ଅଗ୍ରାଧିକାର ଦେଇଛନ୍ତି. ଦର୍ଶନାର୍ଥୀ, ମେଳା ବୁଲିବାକୁ ଆସିଥିବା ଲୋକେ, ନିରୁଦ୍ଧିଷ୍ଟ ଶିଶୁ ମାନଙ୍କୁ ଫେରି ପାଇଥିବା ପିତାମାତା ଅଭିଭାବକ ଶିଶୁ ସୁରକ୍ଷା ବ୍ୟବସ୍ଥାର ଭୁୟସୀ ପ୍ରଶଂସା କରିବା ସହିତ ଶିଶୁ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ଶିଶୁ ସୁଲଭ ପରିବେଶ ସୃଷ୍ଟି ହେଉଛି ବୋଲି ମତ ରଖିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ