March 8, 2026

ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

IMG-20230715-WA0033
Share

ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଆଜି କୋଟପାଡ଼ ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ କରାଯାଇଅଛି I ଏହି ଅବସରରେ କୋଟପାଡ଼ NAC Chairman ଶ୍ରୀଯୁକ୍ତ ଏମ. ଶଙ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳିତ କରି ଶିକ୍ଷାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏହା ସହିତ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ବଳରାମ ସେଠୀ ଏବଂ ଟ୍ରେନିଂ ଅଫିସର ଶ୍ରୀ ଲକ୍ଷ୍ମୀକାନ୍ତ ଦାସ ଏବଂ ଅନୁଷ୍ଠାନର ଅନ୍ୟ ସହକର୍ମୀବୃନ୍ଦ ତଥା ପ୍ରଶିକ୍ଷକ ଶ୍ରୀ ପରମବୀର ଘରାଇ, ଶ୍ରୀ ସାଲଖୁ ସୋରେନ, ଶ୍ରୀ ପ୍ରଶାନ୍ତ କିସାନ, ଶ୍ରୀ ପିଙ୍କୁ ଖଣ୍ଡାପାଣି, କୁମାରୀ ଅର୍ପିତା ରାଣୀ ପୂଜାରୀ ସଭାରେ ଉପସ୍ଥିତ ଥିଲେ l ଏହି ସଭାକୁ ଶ୍ରୀ ଦୀପକ ମନ୍ତ୍ରୀ ସୁଚାରୁ ରୂପେ ପରିଚାଳିତ କରିଥିଲେ l ମୁଖ୍ୟ ଅତିଥିଙ୍କ ସହିତ ଅନୁଷ୍ଠାନର ଅନ୍ୟ ସହକର୍ମୀବୃନ୍ଦ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା Skill Exhibition ପରିଦର୍ଶନ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ l ଏହା ସହିତ Role Model ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଶେଷରେ ଶିକ୍ଷାନୁଷ୍ଠାନ ପରିସର ଭିତରେ ବୃକ୍ଷ ରୋପଣ କରି ଆଜିର କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
କୋରାପୁଟରୁ ଜିଲ୍ଲା ପ୍ରତିନିଧିଙ୍କ ହରିଶ ପଟନାୟକ ରିପୋଟ ଖବର ଉପାନ୍ତ ଓଡିଶା