ବିଜେଡି ଜିଲ୍ଲା ସଭାପତି ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ବାପଟିଷ୍ଟ୍ ମଣ୍ଡଳୀ ସମ୍ମିଳନୀରେ ଯୋଗ ଦେଇଥିଲେ —–
ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମଣ୍ଡଳୀ ର ୱ।ଡ଼ ନମ୍ବର ୧ ଅନ୍ତର୍ଗତ ଦଳିତ ଉତ୍କଳ ବାପଟିଷ୍ଟ୍ ମଣ୍ଡଳୀ ସମ୍ମିଳନୀ କମ୍ୟୁନିଟି ହଲ୍ ନିର୍ମାଣାଥେ ୨୦ଲଖ୍ ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଞ୍ଜୁର କରିଥିବାରୁ ୨୯ ଖଣ୍ଡ ମଣ୍ଡଳୀର ପାଳକ,ଚାଳକ,ତଥା କର୍ମକତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ସହ କ୍ରୁତଞତା ଜଣାଇଛନ୍ତି ।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ନାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ପାରଳାଖେମୁଣ୍ଡି ର ବରିଷ୍ଠ ରାଜନୈତିକ ତଥା ଶିଳ୍ପପତି ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ପାରଳାଖେମୁଣ୍ଡି ମ୍ୟୁନୁସିପାଲଟି ଅଧ୍ୟକ୍ଷ ନିର୍ମଳା ସେଠୀ, ଟାଉନ ବିଜେଡ଼ି ସଭାପତି ସୁଧିରଞ୍ଜନ ମହାପାତ୍ର, ତଥା ବହୁ ସଂଖ୍ୟକ ଖ୍ରୀଷ୍ଟପ୍ରେମୀ, ବୁଦ୍ଧିଯିବି,ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଭଳି ଭାବରେ ଦଳିତ ଖ୍ରୀଷ୍ଟପ୍ରେମୀ ମାନଙ୍କ ପାଇଁ ପ୍ରାଥନା ଗ୍ରୁହ ଚର୍ଚ ,ମନ୍ଦିର ନିର୍ମାଣ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ସେଥିପାଇଁ ପାଳକ ଗଣ ପ୍ରାଥନା କରିବା ସହ ଆଗାମୀ ଦିନରେ ତଳ ସ୍ତରରୁ ଦଳର ହାତ ମୁଠାକୁ ଟାଣ କରି ଦଳକୁ ବିଜୟ କରିବା ପାଇଁ ଦ୍ରୁଢ଼ ସଙ୍କଳ୍ପ ନେଇଛନ୍ତି।ଶେଷରେ ମଣ୍ଡଳୀ ର ସାଧାରଣ ସମ୍ପାଦକ ନୁଆଗଡ଼ ପାଷ୍ଟର ଜିଶାକ ପାଣି ସମସ୍ତ ଗଜପତି ଜିଲ୍ଲାର ବିଜୁ ପରିବାରର ସଦସ୍ୟ ତଥା ଓଡିଶା ର ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଛନ୍ତି।