March 12, 2026

ଜନ୍ମ ଦିନରେ ବୃଦ୍ଦାଶ୍ରମ ଅନ୍ତେବାସୀଙ୍କୁ ଅର୍ନ୍ନ ଭୋଜନ 

IMG-20250615-WA0143
Share

 

ସମ୍ବଲପୁର, ୧୫. ୦୬: ନିଜର ଜନ୍ମ ଦିନକୁ ଅଭିନବ ଢଙ୍ଗରେ ପାଳନ କରିଛନ୍ତି ଜଣେ ଯୁବ ସମାଜସେବୀ ଶୋଭନ ପୁରୋହିତ।

 

ଜୁଯୋମୁରା ବ୍ଲକ ଡ଼ଙ୍ଗରପଡା ନିବାସୀ ଶୋଭନ ନିଜର ପରିବାର ବର୍ଗଙ୍କ ସହିତ ଧମା ପଂଚାୟତରେ ହୁମା ଠାରେ ଥିବା ବୀର ସୁରେନ୍ଦ୍ର ସାଏ ଜରାନିବାସ (ବୃଦ୍ଧାଶ୍ରମ) ଠାରେ ନିଜର ୩୩ ତମ ଜନ୍ମ ଦିନକୁ ଧୁମ ଧାମରେ ପାଳନ କରି ସମସ୍ତ ଅନ୍ତେବାସୀଙ୍କୁ ଅର୍ନ୍ନ ଭୋଜନ ମିଷ୍ଟାର୍ଣ୍ଣ ଦେଇ ସେମାନଙ୍କ ଆଶୀର୍ବାଦ ନେଇଛନ୍ତି। ମାନବ ସେବା ହିଁ ମାଧବ ସେବା ଏହି ବାର୍ତ୍ତାକୁ ଶ୍ରେୟ ଦେଇ ଶୋଭନ ନିଜର ଜନ୍ମ ଦିନକୁ ଅନ୍ତେବାସୀଙ୍କ ସହିତ କଟାଇ ନିଜକୁ ସୌଭାଗ୍ୟ ମଣିଥିବା କହିଛନ୍ତି। ଏଥିରେ ଜରାଶ୍ରମର ମୁଖ୍ୟ ସତ୍ୟନାରାୟଣ ମେଣ୍ଡଳୀ ତାଙ୍କୁ ସହଯୋଗ କରିଥିଲେ।