ଅତାବିରା ବ୍ଳକ୍ ସ୍ତରୀୟ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ମୟ ପରିଷଦ ଗଠିତ
ସୁରେନ୍ଦ୍ର କଠାର,ବରଗଡ
ଆଜି ରବିବାର ସକାଳ ୧୦ଟାରେ ଅତାବିରା ଶିକ୍ଷକ ଭବନ ଠାରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବନମାଳୀ ବରିହା ଙ୍କ ସଭାପତିତ୍ବରେ ତଥା ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ନନ୍ଦିଘୋଷ ଭୁଏ ଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅତାବିରା ବ୍ଲକ୍ ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କର୍ମଚାରୀ ଗଣ ଯୋଗଦାନ କରିଥିଲେ । ବୈଠକରେ ଜିଲ୍ଲା ସଭାପତି କ୍ଷିରେଶ୍ୱର ତାଣ୍ଡି, ଜିଲ୍ଲା ସମ୍ପାଦକ ରବି ଚନ୍ଦ୍ର ବୁଡେକ ,ବରଗଡ଼ ବ୍ଲକ୍ ସଭାପତି ଚୁଙ୍ଗିଲାଲ ସେଠ୍ ମଞ୍ଚାସୀନ ଥିଲେ । ଏହି ବୈଠକରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ମୟ ପରିଷଦ ର ଅତାବିରା ବ୍ଲକ୍ ୟୁନିଟ ମନୋନୟନ ପ୍ରକ୍ରିୟାରେ ଗଠିତ ହୋଇଥିଲା । ଏଥିରେ ସଭାପତି ପଦବୀରେ ଗୋପାଳ ମେହେର, ଉପସଭାପତି ଭାବେ ପାର୍ବତୀ ଭୁଏ, ସାଧାରଣ ସମ୍ପାଦକ ଭାବେ ଇନ୍ଦ୍ରଜିତ ସେଠ୍,ଅତିରିକ୍ତ ସାଧାରଣ ସମ୍ପାଦକ ପଦବୀରେ ପ୍ରକାଶ ଚନ୍ଦ୍ର ଦୋରା,ସାଂଗଠନିକ ସାଧାରଣ ସମ୍ପାଦକ ଭାବେ ଗଣେଶ ମିରିଗ, ସାଂସ୍କୃତିକ ସାଧାରଣ ସମ୍ପାଦକ ଭାବେ ରାଜୀବ ବିଶ୍ଵାଳ, କୋଷାଧ୍ୟକ୍ଷ ଭାବେ ଶେଷଦେବ ମାଝୀ , ଯୁଗ୍ମ ଅତିରିକ୍ତ ସାଧାରଣ ସମ୍ପାଦକ ଭାବେ ସରୋଜ ସେଠ୍ ମନୋନୀତ ହୋଇଥିଲେ । ଏହା ସହ ପନ୍ଦର ଜଣ ସଦସ୍ୟ ସଦସ୍ୟା ରୂପେ ପରିଷଦ କୁ ମନୋନୀତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଉଦ୍ଧବ ମହାନନ୍ଦ,ହୃଷୀକେଶ ବିଶ୍ଵାଳ ,ଅଲେଖ କନ୍ଧେର,ସୁରେନ୍ଦ୍ର ମଲ୍ଲିକ,ଲୋକନାଥ ମହାନନ୍ଦ,ରମେଶ ନାଗ,ଦୀପକ ସୁନା,ଜନ୍ମଜୟ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ନୂତନ ଭାବେ ମନୋନୀତ ହୋଇଥିବା ବ୍ଲକ ସଭାପତି ଗୋପାଳ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।
