ଭୋଇମଡା ଓ କାଟିକଣା ରେ ବିକାଶ ବାହାନକୁ ସ୍ୱାଗତ ଓ କାର୍ଯ୍ୟକ୍ରମ ଅନୁଷ୍ଠିତ।


କୋଲନରା:( ସଞ୍ଜୀବ କଣ୍ଡାଗରୀ ) ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଭୋଇମଡା ଓ କାଟିକଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ରାଜ୍ୟ ସରକାରଙ୍କ ଶାସନ ଏକ ବର୍ଷ ପୂର୍ତ୍ତି ଅବସର ରେ ପହଞ୍ଚି ଥିବା ବିକାଶ ବାହନ ରଥକୁ ସ୍ୱାଗତ କରା ଯାଇଛି | ଏହି କାର୍ଯ୍ୟକ୍ରମରେ ଭୋଇମଡା ସରପଞ୍ଚ ସୋମନାଥ ହେପ୍ରିକା ସଭାପତିତ୍ୱ ରେ ସମିତି ସଭ୍ୟା ଅନିତା ମଣ୍ଡାଙ୍ଗି ଯୋଗଦେଇଥିବା ବେଳେ, କାଟିକଣା ପଞ୍ଚାୟତ ରେ ସଭାପତି ଭାବେ ସ୍ଥାନୀୟ ସରପଞ୍ଚ ବିଜୟ ମଣ୍ଡାଙ୍ଗି ଓ ସମିତି ସଭ୍ୟ ଅଜିତ ମଣ୍ଡାଙ୍ଗି ଯୋଗ ଦେଇଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଜି ପି ଡି ଓ ପ୍ରଶାନ୍ତ କୁମାର ପାଢ଼ୀ, ପେସା କୋର୍ଡିନେଟର ଅମିତ କୁମାର ଗାଣ୍ଟ। ସଭା ପରିଚାଳନା କରିଥିବା ବେଳେ, ଡବ୍ଲୁଇଓ ଦେବାଶିଷ ମୁଣ୍ଡ, ଏମ ଆଇ ଅନିଲ କୁମାର ଗମାଙ୍ଗ, ବିଏସଏସଓ ପ୍ରଭାତ କୁମାର ଶବର ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ସରକାର ମହିଳା ସଶକ୍ତି କରଣ ପାଇଁ ସୁଭଦ୍ରା ଯୋଜନା, ଗରିବ ଲୋକଙ୍କ ନିମନ୍ତେ ଅନ୍ତ୍ୟଦୟ ଗୃହ ଯୋଜନା, ନୂତନ ରାସନ୍ କାର୍ଡ ସହ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରା ଯାଇଥିଲା | ଏଥିରେ ସରକାରଙ୍କ ର ବିଭିନ୍ନ ବିଭାଗ ସ୍ୱାସ୍ଥ୍ୟ ବିଭାଗ, ବନ ବିଭାଗ , ମଛ୍ୟ ବିଭାଗ, ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ତରଫରୁ ଉଭୟ ସ୍ଥାନରେ ପ୍ରଦର୍ଶନୀ ଷ୍ଟଲ୍ କରା ଯାଇଥିଲା। ଉଭୟ ପଞ୍ଚାୟତ ରେ ହିତାଧିକାରୀଙ୍କୁ ନୂତନ ରାସନ୍ କାର୍ଡ ବଣ୍ଟନ, ବନ ବିଭାଗ ପକ୍ଷରୁ ଚାରା ରୋପଣ, ଆୟୁଷ୍ମାନ କାର୍ଡ ଓ ଅନ୍ତ୍ୟଦୟ ଗୃହ ଯୋଜନା ରେ କାର୍ଯ୍ୟାଦେଶ , ଜବ କାର୍ଡ, ଶ୍ରମିକ କାର୍ଡ ଆଦି ବଣ୍ଟନ କରା ଯାଇଥିଲା | ପିଇଓ ଯୋଗେଶ ପେଦେଣ୍ଟି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ।ଏଥିରେ ସ୍ୱାସ୍ଥ୍ୟ କର୍ମଚାରୀ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ବି ପି ସି, ବି ପି ଏମ ଏବଂ ଉଭୟ ପଞ୍ଚାୟତ ରେ ଏ ଡିଇଓ, ଜିଆରଏସ, ପୋଲିସ,ବନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।
