July 1, 2024

ସେଞ୍ଚୁରିଅନରେ ରଜ ପର୍ବ ପାଳିତ।

Share

 

ରାୟଗଡ଼ା, ୧୫/୦୬/୨୪ : ଓଡ଼ିଶାର ସାଂସ୍କୃତିକ ଲୋକପର୍ବ ରଜ ପାଳନ ସକାଶେ ଗାଁରୁ ସହର ସବୁଠି ଉତ୍ସବମୁଖର । ଏହି ପରିପେକ୍ଷୀରେ ଆଜି ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ଶିକ୍ଷାନଷ୍ଠାନ ଦ୍ବାରା ପରିଚାଳତ ଗ୍ରାମ ତରଙ୍ଗ ନିଯୁକ୍ତି ତାଲିମ କେନ୍ଦ୍ର ପକ୍ଷରୁ ରଜ ପର୍ବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ଛାତ୍ରୀ ଓ ଅନ୍ୟ ମହିଳାମାନେ ହତାରେ ମେହେନ୍ଦି, ଗୋଡ଼ରେ ଅଳତା ଏବଂ ବିଭିନ୍ନ ଫୁଲ ପିନ୍ଧି ନିଜକୁ ସାଜସଜ୍ଜା କରିବା ସହ ଚଲା, କାକରା ପିଠା ଓ ମିଠା ପାନ ଖାଇ,ଦୋଳିରେ ଝୁଲି, ନାଚ ଗୀତରେ ମଶଗୁଲ୍ ହୋଇ ରଜ ପର୍ବ ପାଳନ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ମୁଖ୍ୟ ତଥା ନିର୍ଦ୍ଦେଶକ ଡ଼ଃ.ରାଜେଶ କୁମାର ପାଢ଼ୀଙ୍କ ପରିବାର ସଦସ୍ୟ ସମେତ ଶିକ୍ଷାନୁଷ୍ଠାନର ସମସ୍ତ କାର୍ଯ୍ୟରତ କର୍ମଚାରୀମାନେ ଉପସ୍ଥିତ ଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed