July 1, 2024

ଇମ୍ଫା ରକ୍ତଦାନ ପାଇଁ ସମ୍ମାନିତ

Share

ରାୟଗଡା : ବିଶ୍ୱ ରକ୍ତଦାନ ଦିବସ ଅବସର ରେ ଇମ୍ଫା କୁ ସମ୍ମାନିତ କରିଛନ୍ତି ଜ଼ିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ l ରାୟଗଡା ଜ଼ିଲ୍ଲା ରେ ରକ୍ତ ର ଘୋର ଅଭାବ ସମୟରେ ଇମ୍ଫା ମେଗା ରକ୍ତଦାନ ଶିବିରୀ ଅନୁଷ୍ଠିତ କରି ରକ୍ତ ସଂଗ୍ରହ କରି ଜ଼ିଲ୍ଲା ର ରକ୍ତ ଅଭାବ ସମସ୍ୟା କୁ ଦୂର କରିବାରେ ସକ୍ଷମ ହୋଇପାରିଛିl ଏହି ଉପଲକ୍ଷେ ଇମ୍ଫା କୁ ସମ୍ମାନିତ କରିଛନ୍ତି ଜ଼ିଲ୍ଲାପାଳ ମହାଜନ l ଗତ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରର ଇମ୍ଫା ର ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି ସମ୍ମାନ ଜ଼ିଲ୍ଲାପାଳ ଙ୍କ ଠାରୁ ଗ୍ରହଣ କରିଛନ୍ତି l ଥେରୁବାଲି ଥରେ ରକ୍ତଦାନ ଶିବୀର ଆୟୋଜନ ରେ ଇମ୍ଫା ଉଲେଖନୀୟ ଅବଦାନ ଗ୍ରହଣ କରିଥିଲା l ଇମ୍ଫା ର ଲୋକସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଙ୍କ ତତ୍ୱାବଧାନ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବିସରରେ ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟ ଓ ରକତଭଣ୍ଡାର ଅଧିକାରୀ ଡାକ୍ତର ଗୌତମ ପଟ୍ଟନାୟକ ଇମ୍ଫା କୁ ଶୁଭେଚ୍ଛା ଜଣାଇଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ

You may have missed