July 1, 2024

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ମୁକାବିଲା ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ……..

Share

ନବରଙ୍ଗପୁର ୧୫.୦୬.୨୦୨୪:(ଏମ୍.ଦିନା°ଶୁ ଆଚାରୀ ) ଆଜି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଙ୍କ ପ୍ରତିନିଧି ଜଗଦୀଶ ଚନ୍ଦ୍ର ବିଶୋୟୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଙ୍କ ପ୍ରତିନିଧି ଶୁଭଜିତ ତ୍ପାଣିଗ୍ରାହୀ, ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧକ୍ଷା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଜିଲ୍ଲାପାଳ, ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଗୀତାଞ୍ଜଳି ବେହେରା , ଜିଲ୍ଲା ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ସମେତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ , ଜିଲ୍ଲାର ସମସ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଏବଂ ତହସିଲଦାର, ନିର୍ବାହି ଅଧିକାରୀ, ପୌର ସଂସ୍ଥା, ନବରଙ୍ଗପୁର ଏବଂ ଉମେରକୋଟ ବୃନ୍ଦ ଯୋଗ ଦେଇଥିଲେ । ବିଶେଷ କରି ବର୍ଷା ଦିନ ବନ୍ୟା ସମୟରେ ଏହାର ସଫଳ ମୁକାବିଲା କିପରି ଭାବରେ କରାଯାଇ ପାରିବ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ଦୁର୍ବଳ ନଦୀ ବନ୍ଧ ଗୁଡିକ ଶ୍ରୀଘ୍ର ଚିହ୍ନଟ କରି ତାର ମରାମତି କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦେଶ ଦେଇଛନ୍ତି । ବିଶେଷ କରି ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ପ୍ରଯ୍ୟାପ୍ତ ପରିମାଣରେ ଚାଉଳ, କିରୋସିନୀ,ଚୁଡା, ଗୂଡ଼, ଗୋଖାଦ୍ୟ, ଔଷଧ ବ୍ୟତୀତ ଶୁଦ୍ଧ ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଉପରେ ଯଥା ସମ୍ଭବ ଆଗୁଆ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ସମ୍ଭାବ୍ୟ ମହାମାରୀ କୁ ପ୍ରତିହିତ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସହିତ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହିତ ବନ୍ୟା ପ୍ଲାବିତ ଅଞ୍ଚଳରେ ଆବଶ୍ୟକୀୟ ଔଷଧ ତଥା ସାପ କାମୁଡ଼ା ଇଞ୍ଜେକସନ୍ ,ହେଲୋଜିନ୍ ବଟିକା, ଓ ଆର୍ ଏସ୍, ବ୍ଲିଚିଙ୍ଗ ଇତ୍ୟାଦି ମହଜୁଦ ରଖିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ବିପର୍ଯ୍ୟୟ ସମୟରେ ଯେମିତି ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଆଶ୍ରୟସ୍ଥଳୀ ରେ ରଖିବା ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଖାଦ୍ୟ, ପାନୀୟ, ଶିଶୁ ଖାଦ୍ୟ, ଔଷଧ, ଆଲୋକର ବ୍ୟବସ୍ଥା, ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ, ମହିଳା, ଶିଶୁ, ଭିନ୍ନକ୍ଷମ ଓ ବୃଦ୍ଧ ବୃଦ୍ଧା ସୁରକ୍ଷିତ ସ୍ଥାନାନ୍ତରିତ ଉପରେ ଆଲୋକପାତ କରିଥିଲେ l ବର୍ଷା ପୂର୍ବରୁ ନଦୀବନ୍ଧ ଘାଇ ମରାମତି, ସହରାଞ୍ଚଳରେ ନାଳ ସଫେଇ ଓ ମରାମତି, ପାଇପ୍ ଦ୍ଵାରା ବିଶୁଦ୍ଧ ବିଶୋଧିତ ଜଳ ଯୋଗାଣ ନଳକୂପ ବିଶୋଧନ, ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ଏବଂ ବିପର୍ଯ୍ୟୟ ସମୟରେ ରାସ୍ତା ଅବରୋଧ କୁ ହଟାଇବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ l ସେହିପରି ବନ୍ୟା ବାତ୍ୟା ପରେ ପରେ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ସଡକ ପରିଷ୍କାର ଅର୍ଦ୍ଧ ଭଗ୍ନ ବିଦ୍ୟୁତ ଖୁଣ୍ଟ ଗୁଡିକର ମରାମତି ଓ ପୁନରୁଦ୍ଧାର ଆଦି ସମସ୍ତ ପ୍ରକାର କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ବୃଷ୍ଟିର ପରିମାଣ ଜିଲ୍ଲା ଜରୁରୀକାଳୀନ ଉପବିଭାଗ କୁ ପ୍ରେରଣ କରିବା ପାଇଁ ସମ୍ପୃକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଖସଡା ୨୦୨୪ ପୁସ୍ତକ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା l

You may have missed