March 10, 2026

ଉମରକୋଟ ରେ ବଲେରୋ ଧକ୍କା ରେ ଶିକ୍ଷକ ମୃତ, ପୁଅ ଗୁରୁତର……

IMG-20240615-WA0018
Share

 

ଉମରକୋଟ – (ଏମ.ଦିନା°ଶୁ ଆଚାରୀ) ବଲେରୋ ଧକ୍କା ରେ ଜଣେ ଶିକ୍ଷକ ଙ୍କ ମୃତ୍ୟୁ ଘଟିବ। ସହ ପୁଅ ଗୁରୁତର ହେଇ ଚିକିତ୍ସିତ ହେଉଛନ୍ତି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସୁକିଗାଁ ଗ୍ରାମ ପଞ୍ଚାୟତ ର ଡ।ବ୍ରି ଗୁଡା ଗ୍ରାମ ଠାରେ। ମିଳିଥିବା ସୂଚନା ଅନୁସାରେ ଏହି ଗ୍ରାମ ଚକ୍ର ଭତ୍ର। ୩୯ ବର୍ଷ ପୁଅ ସିଦ୍ଧେଶ୍ୱର ଭତ୍ର। ୧୫ ବର୍ଷ ଚାଲିକି ନିଜ ଘରୁ ମାତ୍ର ୩୦୦ ମିଟର ଦୁର ରେ ଥିବା ନିଜ ଜମିକୁ ଚାଲିକି ଯାଉ ଥିଲେ। ଏହି ସମୟ ରେ ପଛ ଆଡରୁ ଏକ ବଲେରେ। ଦୃତ୍ ଗତିରେ ଆସି ବାପା ଓ ପୁଅକୁ ଧକ୍କା ଦେଇ ଚାଲି ଯାଇଥିଲା। ଧକ୍କା ଏତେ ଜୋର ରେ ହେଇଥିଲା ଯେ ବାପା ଓ ପୁଅ ବହୁତ ଦୁର କୁ ଛିଟିକି ପଡି ଥିଲେ। ରକ୍ତ ଜୁଡୁ ବୁଡୁ ଅବସ୍ଥା ଦେଖି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡ଼କାଇ ପ୍ରଥମେ ଉମରକୋଟ ହସ୍ପିଟାଲ୍ କୁ ନେଇ ଯାଇଥିଲେ। କିନ୍ତୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରିଥିବା ଡକ୍ଟର ମାନେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରି ଦେଇ ଥିଲେ। ଭାଇ ଦେବୀ ସିଂ ଭତ୍ର। , ସମାଜ ସେବୀ ରମେଶ ଜେନା ଓ କିଛି ଶିକ୍ଷକ ନବରଙ୍ଗପୁର ହସ୍ପିଟାଲ୍ କୁ ଆଣୁଥିଲେ। ତେବେ ନବରଙ୍ଗପୁର ପହଞ୍ଚିବ। ପୁର୍ବରୁ ଶିକ୍ଷକ ଚକ୍ର ଙ୍କ ମୃତ୍ୟୁ ହେଇ ଯାଇଥିଲା। ପୁଅ ମୁଣ୍ଡ ରେ ରେ ଜୋରରେ ଆଘାତ ଲାଗି ଥିବାରୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲ କଲେଜ ରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମୃତ ଶିକ୍ଷକ ଚକ୍ର ଭତ୍ର। ଉମରକୋଟ ବ୍ଲକ ଅନ୍ତର୍ଗତ କପେନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସନ୍ଦବେଡ। ଠାରେ ଥିବା ସରକାରି ପ୍ର। ଥମିକ ସ୍କୁଲ ରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ ରତ ଥିଲେ ଓ ପୁଅ ସିଦ୍ଧେଶ୍ବର ଉମରକୋଟ ଶିଶୁ ମନ୍ଦିର ସ୍କୁଲ ରେ ନବମ ଶ୍ରେଣୀରେ ପାଠ ପଡୁଥିଲେ। ଶିକ୍ଷକ ଚକ୍ର ଭତରା ଜଣେ ମେଧାବୀ ଶିକ୍ଷକ, ମେଳ।ପି ଓ ଛାତ୍ର ବତ୍ସଳ ଶିକ୍ଷକ ଥିଲେ। ତାଙ୍କ ମୃତ୍ୟୁ ରେ ସମଗ୍ର ଅଂଚଳ ଓ ଶିକ୍ଷକ ମହଲ ରେ ଶୋକ ର ଛାୟା ଖେଳି ଯାଇଛି। ବର୍ତ୍ତମାନ ମୃତ ଶିକ୍ଷକ ଙ୍କ ମର ଶରୀର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠାରେ ଅଛି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବା ପରେ କରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ।