July 1, 2024

ଉମରକୋଟ ରେ ରଜ ଦିନ ଅଘଟଣ ପୋଖରୀ ରେ ବୁଡ଼ି ମା ଓ ଝିଅ ମୃତ..…….

Share

*ବିଦ୍ୟୁତ୍ ନ ଥିବାରୁ ପୋଖରୀକୁ ଯାଇ ଥିଲେ ଗାଧେଇବା ପାଇଁ
* ଭାରତ ମାଳା ରାସ୍ତା ପାଈ ପୋଖରୀ ଗଭୀର ଥିଲା
* ଅଡେଇ ବର୍ଷ ର ଝିଅ ମା ଛେଉଣ୍ଡ ହେଇ ଗଲା
* କରୀଷ୍ମ। ଦ୍ଵିତୀୟ ଶ୍ରେଣୀରେ ପାଠ ପଡୁ ଥିଲା।

ଉମରକୋଟ – (ଏମ.ଦିନା°ଶୁ ଆଚାରୀ)ରୋଜ ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେଇ ଉଠିଥିବା ବେଳେ ଆଜି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ ମାତ୍ର ୧ କିଲୋମିଟର ଦୂରରେ ଘଟି ଯାଇଛି। ଯାହାକି ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲ ପଦର ଗ୍ରାମ ପଞ୍ଚାୟତ ଅଧୀନ ରେ ଆସୁଥିବା ପୁଜାରୀ ଭରଣ୍ଡି ଗ୍ରାମ ର ୩୨ ବର୍ଷିୟ। ଗୀତା କଲ।ର ନିଜ ୭ ବର୍ଷ ର ଝିଅ କରିଶ୍ମା କଲାରକୁ ନେଇ ଗ୍ରାମ ଠାରୁ ମାତ୍ର ୪୦୦ ମିଟର ଦୂର ରେ ଥିବା ପୁଜାରୀ ଭରଣ୍ଡି ଓ ମିଟୁ ଗୁଡ଼ା ମଝିରେ ଥିବା ଏକ ପୋଖରୀ କୁ ଗାଧେଇବା ପାଈଁ ଯାଇ ଥିଲେ। ସାଙ୍ଗରେ ନେଇଥିବା ମଇଳା ଲୁଗା କୁ ସଫା କରୁଥିବା ବେଳେ ପହଁରା ଜାଣି ନ ଥିବା କରିଶ୍ମ। ଗାଧେଇବା କୁ ପୋଖରୀ ଭିତର କୁ ଗାଧେଇବା ପାଈଁ ପ୍ରଵେଶ କରି ଥିଲେ। କିଛି ସମୟ ଭିତରେ ହିଁ କରିଶ୍ମ। ପାଣି ରେ ବୁଡ଼ି ଛଟ ପଟ ହେଉଥିବା ଦେଖି ମା ଝିଅ କୁ ବଞ୍ଚାଇବା କୁ ଯାଇ ପୋଖରୀ ଭିତରେ ପ୍ରବେଶ କରି ଥିଲେ। ତେବେ ମା ମଧ୍ୟ ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। ତେବେ ଏହି ସମୟ ରେ କିଛି ଛୋଟ ପିଲା ଗାଧେଇବା କୁ ଯାଇ ଘଟଣା କୁ ଦେଖି ଧାଇ ଧାଈ ଆସି ଗ୍ରାମରେ ଜଣାଇ ଥିଲେ। ତେବେ ଖବର ପାଇ ଗ୍ରାମବାସୀ ପୋଖରୀ ନିକଟ ରେ ପହଂଚି ଯାଇ ଥିଲେ। ତେବେ ଗ୍ରାମର କିଛି ଯୁବକ ପୋଖରି ଭିତରେ ପଶି ମା ଓ ଝିଅକୁ ମୃତ ଅବସ୍ଥାରେ ଉଦ୍ଧାର କରି ଥିଲେ।ଗ୍ରାମ ବାସି ଙ୍କ କହିବା ହେଲା ଗୀତା ଙ୍କ ଘରେ ବୋର ୱେଲ ଅଛି, ସେମାନେ ପ୍ରାୟ ପୋଖରୀକୁ ଗାଧେଇବା ପାଇଁ ଯାଆନ୍ତୀ ନାହିଁ।ତେବେ ବିଦ୍ୟୁତ୍ ନ ଥିବାରୁ ପୋଖରୀ କୁ ଆଜି ଗାଧେଇବା ପାଇଁ ଯାଇ ଥିଲେ। ଗୀତା ଙ୍କ ସ୍ବାମୀ ମିସ୍ତ୍ରୀ ଭାବେ କାମ କରନ୍ତି। କରିଷ୍ମା ଗା ସ୍କୁଲ ରେ ଦ୍ଵିତୀୟ ଶ୍ରେଣୀରେ ପାଠ ପଡୁ ଥିଲା। ବର୍ତ୍ତମାନ ଗୀତା ର ଅଡେ଼ଇ ବର୍ଷର ଝିଅ ଟି ମଧ୍ୟ ଅଛି।
ପୂର୍ବେ ପୋଖରୀଟା ସେତେ ଗଭୀର ନ ଥିଲା। ତେବେ ପୋଖରୀ କୁ ଲାଗି ଯାଇଥିବା ରାୟପୁର ଠାରୁ ବିଶାଖାପାଟଣା କୁ ସଂଯୋଗ କରିଥିବା ଭାରତ ମାଳା ରାସ୍ତା ନିର୍ମାଣରେ ଏହି ପୋଖରୀ ରୁ ମାଟି ନେଇ ଥିବା ଯୋଗୁ ଗଭୀର ହେଇ ଯାଇଥିଲା। ତେବେ ଗ୍ରାମ ରୁ କିଛି ଲୋକେ ଉମରକୋଟ ଥାନା କୁ ଯାଇ ଲିଖିତ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ପରେ ପୋଲିସ ୨ ମୃତ ଶରୀର କୂ ନେଇ ଉମରକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲା ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିଲ।। ସନ୍ଧ୍ୟ।ରେ ଶୋକାକୁଳ ପରିବେଶ ରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେଇ ଥିଲା। ତେବେ ଘଟଣା କୁ ନେଇ ସମଗ୍ର ଅଂଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।

You may have missed