March 10, 2026

ଉମରକୋଟ ରେ ରଜ ଧୁମ୍ ଧାମରେ ପାଳିତ,ପୋଡ ପିଠାରେ ମହକୁଛି ଓଡିଆ ଘର………

IMG-20240615-WA0015
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ସବୁଆଡ଼େ ରଜର ମହକ। ବିଶେଷ କରି କୁଆଁରୀ ଝିଅମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ସବୁଆଡ଼େ ରଜର ମହକ। ବିଶେଷ କରି କୁଆଁରୀ ଝିଅମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ପହିଲି ରଜ ରେ ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ପହିଲି ରଜ ଠାରୁ ପିଠା ପଣା ଖାଇ କରିବେ ରଜ ମଉଜ। ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ । ଏହା ସହିତ ସାଙ୍ଗସାଥୀଙ୍କ ମେଳରେ ପୁଚି ଖେଳିବା ସହ ପାଖ ପଡିଶୀଙ୍କ ଘରକୁ ବୁଲିଯିବେ ଓ ଏକାଠି ହୋଇ ଲୁଡୁ ଖେଳିବେ।ଘରେ ଘରେ ଜମିବ ଦୋଳି ସାଙ୍ଗକୁ ପିଠାପଣାର ଆସର। ପିଠା ଭିତରେ ରଜରେ ପୋଡ ପିଠା ନହେଲେ , ଯେପରି ଅଧୁରା ଲାଗେ । ପ୍ରତ୍ୟେକଙ୍କ ଘରେ ପୋଡ ପିଠା ତିଆରି ହୋଇଥାଏ । ପିଠା ସହ ରଜରେ ପାନର ବେଶ୍ ଆକର୍ଷଣ ରହିଛି। ରଜ ପାନ ବିନା ଏହି ଉତ୍ସବ ଫିକା ପଡ଼ିଥାଏ। ତେଣୁ ରଜ ପାନ ଲାଗି ସହରର ର ବିଭିନ୍ନ ଦୋକାନ ରେ ପାନ ର ଚାହିଦା ରହିଛି। ରଜ ପାଇଁ ଦୋକାନ ବଜାର ଠାରୁ ଆରମ୍ଭ କରି ପ୍ରତି ଟି ଓଡ଼ିଆ ଘରେ ଲାଗିଛି ଭିଡ। ଖୁବ୍ ଆନନ୍ଦ ଉଲ୍ଲାସ ର ସହ ଏହି ପର୍ବ ମନାଉଛନ୍ତି ।।